Sat. Mar 7th, 2026

ମଦ ବିରୋଧରେ ତାତିଲେ ମହିଳା

302 Views

ରାଉରକେଲା, ୧ ।୯  : ଝିରିପାଣି ପଞ୍ଚାୟତରେ ମହୁଲି ଓ ଦେଶୀମଦ ବିକ୍ରି ଜୋର୍ଦାର୍ ଚାଲିଛି । ଏଥିଯୋଗୁଁ ବିଭିନ୍ନ ଅଞ୍ଚଳରେ ମଦ୍ୟପଙ୍କ ଉତ୍ପାତ ମଧ୍ୟ ବଢିବାରେ ଲାଗିଛି । ପ୍ରତି ଗଳିକନ୍ଦିରେ ମଦ ମିଳୁଥିବାରୁ ଯୁବପିଢ଼ି ଏହାକୁ ସେବନ କରି ଅବାଟକୁ ଚାଲିଯାଉଛନ୍ତି । ଏଥିସହ ଅନେକ ପରିବାର ଉଜୁଡ଼ି ଯାଉଛି । ଫଳରେ କୋମଳମତି ଶିଶୁ ଓ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ଏଠାରେ ବେଆଇନ ଭାବେ ମହୁଲି ମଦ ବିକ୍ରୟ ବନ୍ଦ କରିବାକୁ ଦାବି ହେଉଛି । ଏ ନେଇ ସମ୍ପୃକ୍ତ ପଞ୍ଚାୟତର ୪ ଓ ୫ ନମ୍ବର ୱାର୍ଡର ମହିଳାମାନେ ସାମାଜିକ ଅନୁଷ୍ଠାନ ‘ଆଶ୍ରା’ର ସାଧାରଣ ସମ୍ପାଦିକା ମୀନତି ଦେବତାଙ୍କ ନେତୃତ୍ୱରେ ରାଉରକେଲା ଅବକାରୀ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯଥାଶୀଘ୍ର ଏହି ଅଞ୍ଚଳରେ ଅବାଧ ନିଶାକାରବାରକୁ ରୋକିବା ଲାଗି ଅଭିଯାନ ଆରମ୍ଭ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଆଶ୍ରା ସମ୍ପାଦିକା ସୂଚନା ଦେଇଛନ୍ତି ।

ତେବେ ଆଶ୍ରା ସମ୍ପାଦିକାଙ୍କ ନେତୃତ୍ୱରେ ଅବକାରୀ ଅଧିକାରୀଙ୍କୁ ଭେଟିଥିବା ଦଳରେ ବବିତା ସିଂ, ମୁନେଶ୍ୱରୀ ସିଂ, ଦମୟନ୍ତୀ ମହାନ୍ତି, କାରମେଲ ଲାକ୍ରା, ମରିୟମ ଏକ୍କା, ଏତୱାରି ଓରାମ, ସୁନୀତା ଟପ୍ପୋ, ଫୁଲ ଟପ୍ପୋ, ସୁକମଣି ଟପ୍ପୋ, ରମି କିଷାନ ଅନୀତା କେଡ଼ିଆ, ସୁସ୍ମିତା କେଡ଼ିଆ, ଶକୁନ୍ତଳା ଖାଡ଼ିଆ ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post