Sat. Mar 7th, 2026

ମତଦାନ ଅଧିକାର ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

273 Views

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଆଜି ରାଜ୍ୟର ବହୁ ନାମୀ ଦାମୀ ବ୍ୟକ୍ତି ବିଭିନ୍ନ ମତଦାନ କେନ୍ଦ୍ରରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାର ତାଳଚେରରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।

View image on TwitterView image on TwitterView image on TwitterView image on Twitter

Chowkidar Dharmendra Pradhan

@dpradhanbjp

ତାଳଚେରରେ ନିଜ ଅଂଚଳରେ ଭୋଟ୍ ଦେଇ ନିଜକୁ ସୌଭାଗ୍ୟ ମନେ କରୁଛି। ପ୍ରଜାତନ୍ତ୍ରରେ ଭୋଟ୍ ବଡ ଅଧିକାର।  ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଲାଣି । ସ୍ଥାନୀୟ ସରକାର ବିରୋଧରେ ଜନ ଅସନ୍ତୋଷ ଚରମ ସୀମାରେ ପହଁଚିଛି, ତାର ପ୍ରତିଫଳନ ଭୋଟରେ ପ୍ରଥମ ଓ ଦ୍ଵିତୀୟ ଚରଣରେ ହୋଇସାରିଥିବା ବେଳେ ଆଜି ତୃତୀୟ ଚରଣରେ ଏହାର ପୁନରାବୃତ୍ତି  ହେବ।

ସେ ଏହା ପରେ ଟ୍ୱିଟ୍‌ କରି କହିଛନ୍ତି ଯେ ତାଳଚେରରେ ନିଜ ଅଂଚଳରେ ଭୋଟ୍ ଦେଇ ନିଜକୁ ସୌଭାଗ୍ୟ ମନେ କରୁଛି। ପ୍ରଜାତନ୍ତ୍ରରେ ଭୋଟ୍ ବଡ ଅଧିକାର। ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଲାଣି । ସ୍ଥାନୀୟ ସରକାର ବିରୋଧରେ ଜନ ଅସନ୍ତୋଷ ଚରମ ସୀମାରେ ପହଁଚିଛି, ତାର ପ୍ରତିଫଳନ ଭୋଟରେ ପ୍ରଥମ ଓ ଦ୍ଵିତୀୟ ଚରଣରେ ହୋଇସାରିଥିବା ବେଳେ ଆଜି ତୃତୀୟ ଚରଣରେ ଏହାର ପୁନରାବୃତ୍ତି ହେବ ।

ଏଠାରେ ସୂଚନାଯୋଗ୍ୟ ଯେ ଏଥର ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନାହାନ୍ତି।

By amfnews

Related Post