Sat. Mar 7th, 2026

ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ: ୩୪ ମୃତ, ୧୦୦ ଫସିଥିବା ଆଶଙ୍କା

172 Views

ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍ସିରୋଡର ଅନାଜ ମଣ୍ଡି ପାଖରେ ଥିବା ଏକ କାରଖାନାରେ  ନିଆଁ ଲାଗି ଯାଇଛି। ଏଥିରେ ୩୪ ଶ୍ରମିକଙ୍କର ମୃତ୍ୟୃ ଘଟିଛି। ନିଆଁ ଭିତରେ ଆହୁରି ୧୦୦ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ମୁତାବକ, ରବିବାର ସକାଳୁ ସକାଳୁ କାରଖାନାରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ କାରଖାନା ଭିତରେ ଶ୍ରମିକମାନେ ଶୋଇ ଥିଲେ। ଏଲଏଏନ୍‌ଜିପି ହସ୍‌ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ୩୨ ମୃତଦେହ ପହଞ୍ଚିଛି। ଗୁରୁତର ଅବସ୍ଥାରେ ଅନେକଙ୍କୁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ବର୍ଣ୍ଣ ବିଭାଗରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।

ଖବର ପାଇ ୧୫ ଦମକଳ ଗାଡ଼ି ପହଞ୍ଚି ଲୋକଙ୍କୁ ୫୦ ଶ୍ରମିକଙ୍କୁ ଉଦ୍ଧାର କରିଛି। ଡେପୁଟି ଫାୟାର ଚିଫ୍‌ ସୁଶୀଲ ଚୌଧୁରୀଙ୍କ କହିବା ଅନୁଯାୟୀ ୬୦୦ ବର୍ଗଫୁଟର ଏହି କୋଠାରେ ହଠାତ୍‌ ନିଆଁ ଲାଗି ଯାଇଥିଲା। କାରଖାନା ଭିତର ଅନ୍ଧାର ଥିଲା। ଏହି କାରଖାନା ଭିତରେ ସ୍କୁଲ ବ୍ୟାଗ, ବଟଲ ଏବଂ ଅନ୍ୟାନ୍ୟ ଜିନିଷ ଥିଲା।

By amfnews

Related Post