Thu. Dec 26th, 2024

ମଣିଷ ପରେ କରୋନା ଟାର୍ଗେଟରେ ପଶୁ, ଜୟପୁରର ପ୍ରାଣୀ ଉଦ୍ୟାନରେ ରହୁଥିବା ତ୍ରିପୁର ନାମକ ସିଂହ କରୋନା ପଜିଟିଭ

By amfnews May 13, 2021 #Featured
109 Views

ଜୟପୁର, ମେ ୧୩ ମଣିଷ ପରେ ବର୍ତ୍ତମାନ କରୋନା ପଶୁମାନଙ୍କ ଉପରେ କାୟା ବିସ୍ତାର କରିବାରେ ଲାଗିଛି । ଜୟପୁରର ପ୍ରାଣୀ ଉଦ୍ୟାନରେ ରହୁଥିବା ତ୍ରିପୁର ନାମକ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛି ।

ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ସଂକ୍ରମିତ ସିଂହଠାରେ SARS-CoV-2 ଜୀବାଣୁ ମିଳିଛି। ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନର ଯୁଗ୍ମ ନିର୍ଦ୍ଦେଶକ କେପି ସିଂ କହିଛନ୍ତି ଯେ ଜୟପୁରର ପ୍ରାଣୀ ଉଦ୍ୟାନରୁ ଗୋଟିଏ ଧଳା ସିଂହ ଅସୁସ୍ଥ ଥିଲା କରୋନା ପରୀକ୍ଷା କରାଇବାରୁ ତାହା ପଜିଟିଭ ଚିହ୍ନଟ ହୋଇଛି।

ସେ କହିଛନ୍ତି ଯେ ଜୟପୁରରୁ ୩ଟି ସିଂହ, ୩ଟି ଚିତା ଏବଂ ଗୋଟିଏ ପାନ୍ଥର୍ ସହିତ ୧୩ ପଶୁଙ୍କ ନମୁନା ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବର କରୋନା ଟେଷ୍ଟରୁ ଛତିବିର ପ୍ରାଣୀ ଉଦ୍ୟାନରୁ ୩ଟି ଚିତା, ଗୋଟିଏ ଜଙ୍ଗଲୀ ବିରାଡି ଏବଂ ଗୋଟିଏ କଳା ହରିଣର ନମୁନା ସଂଗ୍ରହ କରାଯାଇଛି। ଏମାନେ ସମସ୍ତେ କରୋନା ଭାଇରସ୍ ନଗେଟିଭ ଥିବା ଜଣାପଡିଛି ।

କେପି ସିଂ ଭୟ କରିଥିଲେ ଯେ ଯେଉଁମାନେ ଏହି ପଶୁର ଯତ୍ନ ନିଅନ୍ତି ଏବଂ ସେମାନଙ୍କଠାରେ କରୋନା ଲକ୍ଷଣ ଦେଖା ଯାଇନାହିଁ, ସେମାନେ ଏହି ପଶୁମାନଙ୍କ ଦ୍ବାରା କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି ।  ମେ ୪ରେ ସିଏସଆଇଆର- ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି କେନ୍ଦ୍ର କହିଥିଲା ​​ଯେ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନରେ ଆଠଟି ଏସିଆଟିକ୍ ସିଂହର କରୋନା ପଜିଟିଭ ହୋଇଥିଲେ ।

By amfnews

Related Post