Sat. Mar 7th, 2026

ମଡର୍ଣ୍ଣା ଟିକା ନେଇ ଡ଼ାକ୍ତର ଅସୁସ୍ଥ, ଦେହରେ ଦେଖାଗଲା ପାର୍ଶ୍ୱ ପ୍ରତିକ୍ରିୟା

251 Views

ଦିଲ୍ଲୀ,ଡିସେମ୍ବର 26 :

ଟିକାକରଣ ଦୌଡ଼ରେ ଗୋଟିଏ ପରେ ଗୋଟିଏ ଟିକାକୁ ଅନୁମତି ମିଳୁଥିବା ବେଳେ ନିକଟରେ ଆମେରିକାରେ ଫାଇଜର ପରେ ମଡର୍ଣ୍ଣା ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ଦିଆଯାଇଥିଲା।ହେଲେ ଏବେ ଏହି ଟିକାର ଅନେକ ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଉଥିବା କଥା ଏବେ ସାମ୍ନା କୁ ଆସିଛି

ବୋଷ୍ଟନ୍ ମେଡିକାଲ୍ ସେଣ୍ଟରରେ କାମ କରୁଥିବା ଡାକ୍ତର ହୋସେନ୍ ସଦ୍ରଜାଦେ ଗୁରୁବାର ମଡର୍ଣ୍ଣା ଟିକା ନେଇଥିଲେ । ଟିକା ନେବାର କିଛି ସମୟପରେ ତାଙ୍କଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମୁଣ୍ଡ ବୁଲାଇବା, ଦେହସାରା ଫଳିଯିବା ସହ ତାଙ୍କ ହାର୍ଟ ବିଟ୍ ମଧ୍ୟ ବଢ଼ିଯାଇଥିଲା। ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମଡର୍ଣ୍ଣା ଟିକା ନେଇ ଅସୁସ୍ଥ ହେବା ଏହା ପ୍ରଥମ ଘଟଣା। ତେବେ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି

By amfnews

Related Post