Fri. Mar 6th, 2026

ମଝି ଆକାଶରେ ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ହେତୁ ଜରୁରୀ ଅବତରଣ କଲା ଗୋଏୟାର ଦୁଇଟି ବିମାନ

257 Views

ନୂଆଦିଲ୍ଲୀ: ରବିବାର ମଝି ଆକାଶରେ ଗୋଏୟାର ଦୁଇଟି ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ବିମାନ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି। ଦୁଇଟି ଗୋଏୟାର ଏ ୩୨୦ନିଓ ବିମାନ ମଝି ଆକାଶରେ ଥିବା ସମୟରେ ହଠାତ୍‌ ଇଞ୍ଜିନ୍‌ରେ ତ୍ରୁଟି ଓ କାରଗୋରେ ନିଆଁ ବାହାରିବା ନେଇ ସୂଚନା ମିଳିବା ପରେ ପାଇଲଟ ବିବ୍ରତ ନହୋଇ ସୁରକ୍ଷିତ ଭାବେ ବିମାନକୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହାପରେ ବିମାନଟି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା। ବିମାନ ନମ୍ବର ଜି୮୦୩୩ ଦିଲ୍ଲୀରୁ ମାଲୋ ଅଭିମୁଖେ ଯାତ୍ରା କରୁଥିଲା।

ସେହିପରି ବିମାନ ନମ୍ବର ୨୮୫ ଗୋଆରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବିମାନ କାରଗୋରେ ନିଆଁ ଲାଗିବା ସୂଚନା ପାଇବା ପରେ ପାଇଲଟ ସୁରକ୍ଷିତ ଭାବେ ଗୋଆ ବିମାନ ବନ୍ଦରରେ ବିମାନକୁ ଜରୁରୀ ଅବତରଣ କରିଥିଲେ। ଯଦି ସମୟ ବିଳମ୍ବ ହୋଇ ଥାଆନ୍ତା ତେବେ ଦୁର୍ଘଟଣା ଘଟିବା ସହିତ ଯାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା।

କିଛିଦିନ ହେବ ଏୟାରବସ୍‌ ଏ୩୨୦ନିଓ ବିମାନକୁ ଇଞ୍ଜନ ଜିନିତ ତ୍ରୁଟିର ସାମ୍ନା କରିବାକୁ ପଡ଼ୁଛି। ସେପ୍ଟେମ୍ବରରେ ବେଙ୍ଗାଲୁରୁରୁ ପୁଣେ ଯାତ୍ରା କରୁଥିବା ଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ହତୁ ଏୟାରବସ୍‌ ଏ୩୨୦ନିଓ ବିମାନକୁ ବେଙ୍ଗାଲୁରୁରୁରେ ଜରୁରୀ ଅବତରଣ କରିବାକୁ ପନଡ଼ିଥିଲା

By amfnews

Related Post