Thu. Mar 12th, 2026

ମଜା କରିବା ନିମନ୍ତେ ମସ୍କୋ ମେଟ୍ରୋ ଟ୍ରେନ୍‌ରେ ‘କରୋନାଭାଇରସ୍‌’ ଆକ୍ରାନ୍ତ ବୋଲି ଅଭିନୟ କରିଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ୍‌

268 Views

ନୂଆଦିଲ୍ଲୀ : ମଜା କରିବା ନିମନ୍ତେ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାର ଅଭିନୟ କରି ରୁଷ୍‌ର ରାଜଧାନୀ ମସ୍କୋରେ ଏକ ମେଟ୍ରୋ ଟ୍ରେନ୍‌ ଭିତରେ ପଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପାଞ୍ଚ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି।

ଯାତ୍ରୀମାନେ ଉତ୍ତୋଳନ କରିଥିବା ଏକ ଭିଡିଓରେ ଦେଖାଯାଉଛି, ମାସ୍କ୍‌ ପିନ୍ଧିଥିବା ଜଣେ ଯୁବକ ଟ୍ରେନ୍‌ ଚଟାଣରେ ପଡ଼ି ନିଶ୍ଚଳ ହୋଇଯାଉଛନ୍ତି। ସାଥିରେ ଥିବା ତାଙ୍କ ବନ୍ଧୁମାନେ ଯାତ୍ରୀମାନଙ୍କୁ କହୁଛନ୍ତି ଯେ ସେ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଉଛନ୍ତି।

ଏ ଖବର ପାଇବା ପରେ ଫେବ୍ରୁଆରି ୮ ତାରିଖ ଦିନ ରୁଷ୍‌ ପୁଲିସ ତାଜାକିସ୍ତାନର କରୋମତୁଲ୍ଲା ଝାବୋରୋଭ୍‌ ନାମକ ସେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ସର୍ବସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା କାରଣରୁ ତାଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସେ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ତାଙ୍କର ଦୁଇ ଜଣ ବନ୍ଧୁଙ୍କୁ ମଧ୍ୟ ମସ୍କୋ ଛାଡ଼ି ଚାଲିଯିବାକୁ ରୁଷ୍‌ର ‘ଇଣ୍ଟେରିୟର୍‌ ମିନିଷ୍ଟ୍ରି’ ନିର୍ଦେଶ ଦେଇଛି। କିନ୍ତୁ, କରୋମତୁଲ୍ଲାଙ୍କ ଓକିଲ କହିଛନ୍ତି ଯେ କରୋନାଭାଇରସ୍‌ ବିଷୟରେ ସଚେତନତା ନିମନ୍ତେ ସେ ଅଭିନୟ କରିଥିଲେ।

By amfnews

Related Post