Fri. Feb 7th, 2025

ମଙ୍ଗୁ ମଠ ନ ଭାଙ୍ଗିବାକୁ ରାଜ୍ୟପାଳଙ୍କୁ ଭେଟିଲେ ପଞ୍ଜାବ ପ୍ରତିନିଧି ଦଳ

By amfnews Sep 26, 2019 #Featured
164 Views

ଭୁବନେଶ୍ୱର   :  ମଙ୍ଗୁ ମଠ ନ ଭାଙ୍ଗିବାକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେସି ଲାଲଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବରୁ ଆସିଥିବା ପ୍ରତିନିଧି ଦଳ | ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି | ଆସନ୍ତା ନଭେମ୍ୱର ୧୨ ତାରିଖରେ ଶିଖ ଧର୍ମଗୁରୁ ନାନକଙ୍କର ୫୫୦ତମ ଜନ୍ମବାର୍ଷିକୀ ହେଉଥିବାରୁ ଏହି ମଠକୁ ନ ଭାଙ୍ଗିବାକୁ ସ୍ମାରକ ପତ୍ରରେ ଅନୁରୋଧ କରାଯାଇଛି | ଏଠାରେ ସୂଚନା ଥାଉ କି ପୂର୍ବରୁ ବାସ୍ତବ ସ୍ଥିତି ପରଖିବା ପାଇଁ ପଞ୍ଜାବ ଅମୃତସର ସ୍ବର୍ଣ୍ଣ ମନ୍ଦିରରୁ ଏକ ତିନିଜଣିଆ ପ୍ରତିନିଧିଦଳ ପୁରୀ ଆସିଥିଲେ ।

ତେବେ ମଠ ଭାଙ୍ଗି ଯାଇଥିବା ନେଇ ପଞ୍ଜାବ ଓ ଶିଖ୍ ସଂପ୍ରଦାୟଙ୍କ ମଧ୍ୟରେ ଯେଉଁ ଖବର ପ୍ରଚାର ହେଉଛି ସେଥିରେ କୌଣସି ସତ୍ୟତା ନ ଥିବା ଏହି ପ୍ରତିନିଧିମାନେ କହିଥିଲେ । ମଠ ସ୍ଥିତି ଅନୁଧ୍ୟାନ ପରେ ଗୁରୁମିତ୍‌ ସିଂହ ଓ ସତ୍‌ପାଲ ସିଂହ ଗଣମାଧ୍ୟମକୁ କହିଥିଲେ ଯେ ମଙ୍ଗୁ ମଠ ଓ ଏହାର ‌ଐତିହ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ପୁରୀର ମଙ୍ଗୁ ମଠ ଏକ ପ୍ରାଚୀନ ତଥା ଐତିହ୍ୟ ସଂପନ୍ନ ମଠ।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ମଙ୍ଗୁ ମଠ ନାନକପନ୍ଥୀ ଉଦାସୀନ ସଂପ୍ରଦାୟର ଏକ ମଠ। ଏହାର ପ୍ରତିଷ୍ଠାତା ଶିଖମାନଙ୍କ ଗୁରୁ ନାନକଙ୍କ ପୁତ୍ର ଚାନ୍ଦଜୀ ମହାରାଜ ବୋଲି ଜଣାଯାଏ। ପ୍ରାୟ ୪୫୦ ବର୍ଷ ପୂର୍ବେ ଏହି ମଠର ପ୍ରତିଷ୍ଠା କରାଯାଇଥିଲା। କିଛି ଗବେଷକ ଏହାକୁ ନିଜେ ନାନକ ପ୍ରତିଷ୍ଠା କରିଥିଲେ ଓ ସେ ନିଜେ ଏଠାରେ କିଛି ଦିନ ରହିଥିବା କହିଛନ୍ତି।

By amfnews

Related Post