Fri. Mar 6th, 2026

ଭ‌ାରତ ଗସ୍ତକୁ ମନେ ପକାଇଲେ ମେଲାନିଆ

174 Views

ନୂଆଦିଲ୍ଲୀ : ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ସମୟରେ ସେମାନଙ୍କୁ ଯେଉଁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ସେମାନେ ତାହାକୁ ପୁଣିଥରେ ମନେ ପକାଇଛନ୍ତି। ଏକ ଟ୍ବିଟ୍‌ କରି ମେଲାନିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଥମ ମହିଳା ସବିତା କୋବିନ୍ଦଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟ ଏକ ଟ୍ବିଟ୍‌ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି।

By amfnews

Related Post