Fri. Mar 6th, 2026

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୦ ବଖରା ଘର

279 Views

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର  ରାଜକନିକା ବ୍ଲକ୍ ଅନ୍ତର୍ଗତ ବରୁଣାଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ସାଢ଼େ ବାର ଟାରେ ବିଦ୍ୟୁତ୍ ସର୍ଟ ସର୍କିଟ କାରଣରୁ ବରୁଣାଡିହା ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏଥିରେ ୨୦ ବଖରା ଘର ଜଳିଯାଇଛି ।

ଏହା ଫଳରେ ଗ୍ରାମର ବସନ୍ତ ବାରିକ, ଗୋଲା ବାରିକ, ହଗୁରା ବାରିକ, ଛୋଟା ବାରିକ ଓ ଶଙ୍କର ବାରିକଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଏହି ଭୟଙ୍କର ଅଗ୍ନିକାଣ୍ଡ ହେତୁ ଦୁଇ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ସଂପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ  ୨୦ ବଖରା ଘର ଜଳିଯାଇଥିଲା ବୋଲି କୁହାଯାଉଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।

By amfnews

Related Post