Sat. Mar 7th, 2026

ଭୋଗରାଇ, ଧାମନଗର ଓ ବାସୁଦେବପୁରରେ ଭୋଟ ବେଳେ ଦୁଇ ଗୋଷ୍ଠୀ ହାତାହାତି; ପରିସ୍ଥିତି ନିୟନ୍ତ୍ରଣାଧୀନ

187 Views

ଭୋଗରାଇ/ଭଦ୍ରକ : ବାଲେଶ୍ୱର ଜିଲ୍ଲା ଭୋଗରାଇରେ ମତଦାନ ବେଳେ ଦୁଇ ଦଳର ସମର୍ଥକ ଧସ୍ତାଧସ୍ତି ହେବା ଖବର ହସ୍ତଗତ ହୋଇଛି। ସୂଚନା ଅନୁସାରେ ଭୋଗରାଇର ୨୪୭ ନମ୍ବର ବୁଥରେ ଏହି ଅପ୍ରୀତିକର ଘଟଣା ଘଟିଛି। ଜଣେ ମହିଳା କର୍ମୀ ବିଜେପିର ଜନୈକ ଏଜେଣ୍ଟକୁ ମାଡ ମାରିବା ପରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ତେବେ ଏହାପରେ ଘଟଣାରେ ହସ୍ତକ୍ଷେପ କରିଲେ ଉପସ୍ଥିତ ସୁରକ୍ଷା କର୍ମୀ। ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୂର୍ବରୁ ଭୋଗରାଇରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ଉତ୍ତେଜନା ନ ଥିଲେ ମଧ୍ୟ ଏହି ଘଟଣା ଅଚାନକ ଘଟିଥିବା ଜଣାପଡ଼ିଛି।

ସେହିପରି ଭଦ୍ରକ ଜିଲ୍ଲା ଧାମନଗରର ହସନାବାଦ ବୁଥରେ ମଧ୍ୟ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବୁଥଟି ଏକ ସମ୍ବେଦନଶୀଳ ବୁଥ ହୋଇଥିଲେ ମଧ୍ୟ ଏଠାରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ ନ ଥିବା ଅଭିଯୋଗ ହୋଇଛି। ଏହି ବୁଥରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି। ତେବେ ଘଟଣାରେ ଉଭୟ ପକ୍ଷର କେହି ଆହତ ହୋଇ ନ ଥିବା ଜଣାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି।

ଏଥିସହ ଭଦ୍ରକ ଜିଲ୍ଲାର ବାସୁଦେବପୁରର ୮୬ ନମ୍ବର ବୁଥରେ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି। ମାତ୍ର ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ଜଣାପଡ଼ିଛି।

By amfnews

Related Post