Fri. Mar 6th, 2026

ଭୁବନେଶ୍ୱରରେ ବନ୍ଧୁକ ଡିଲ୍‌ ଚାଲିଥିବା ବେଳେ ଏସଟିଏଫ୍ ପକ୍ଷରୁ ଚଢାଉ, ମହିଳା ସହଯୋଗୀଙ୍କ ସମେତ ୩ ଅଟକ

213 Views

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବନ୍ଧୁକ ଡିଲ୍‌ ଚାଲିଥିବା ବେଳେ ଏସଟିଏଫ୍ ପକ୍ଷରୁ ଚଢାଉ କରାଯାଇ ୩ଜଣଙ୍କୁ ଅଟକ ରଖଯାଇଥିବା ଜଣାଯାଇଛି। ଏଥିରେ ୨ ଅଭିଯୁକ୍ତଙ୍କୁ ଗିରଫ ସହ ଜଣେ ମହିଳା ସହଯୋଗୀ ବି ଅଟକ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କାର୍‌ରେ ବନ୍ଧୁକ ଡିଲ୍‌ ପାଇଁ ଆସିଥିବା ବେଳେ କଳ୍ପନା ଛକରୁ ଏସଟିଏଫ୍ ୩ଜଣଙ୍କୁ ଧରିଛି। କୁହାଯାଉଛି ଯେ ୪୫ ହଜାର ଟଙ୍କାରେ ବନ୍ଧୁକ ଡିଲ୍ ଚାଲିଥିଲା। ଏଥିରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ୪ ରାଉଣ୍ଡ ଗୁଳି ଓ ଗୋଟିଏ ୯ ଏମଏମ ପିସ୍ତଲ, ଏଟିଏମ୍ କାର୍ଡ ଆଦି ଜବତ କରାଯାଇଥିବାର ସୂଚନା ମିଳିଛି। ବନ୍ଧୁକ  ବିକ୍ରି କରିବାକୁ ଆସିବା ସମୟରେ କମିସନରେଟ୍ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ଓ ବଡ଼ଗଡ଼ପୋଲିସ ମିଳିତ ଚଢାଉ କରି ଏମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

ଏହି ଘଟଣା ରାଜଧାନୀରେ କରୋନା କାଳରେ ବେଆଇନ୍ ବନ୍ଧୁକ କାରବାରର କଥା ପୁଣି ଥରେ ସାମ୍ନାକୁ ଆଣିଛି । ଏହି ବନ୍ଧୁକ ବେପାର ପଛରେ କେଉଁ ରାକେଟ୍ କାମ କରୁଥିଲା, କେଉଁ ସ୍ଥାନରୁ ଏମାନେ ବନ୍ଧୁକ ଆଣି ବିକ୍ରି କରୁଥିଲେ ସେ ନେଇ ଖୋଳତାଡ ଚଳାଇଛି ପୁଲିସ । ଗିରଫ ୩ ଜଣଙ୍କ ମଧ୍ୟରୁ ମହିଳାଙ୍କ ଘର ନିମାପଡ଼ା ଏବଂ ୨ ପୁରୁଷ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି ।

By amfnews

Related Post