Sat. Mar 7th, 2026

ଭୁବନେଶ୍ୱର: ପ୍ଲାଟ୍‌ଫର୍ମରୁ ମିଳିଲା ଡାକ୍ତରଙ୍କ ମୃତଦେହ

256 Views

ଭୁବନେଶ୍ୱର: ଆଜି ସକଳେ ଭୁବନେଶ୍ୱର ରେଲେଓ୍ଵ ଷ୍ଟେସନର ୧ ନମ୍ବର ପ୍ଲାଟ୍‌ ଫର୍ମରେ ଜଣେ ଡାକ୍ତରଙ୍କ ମୃତଦେହ ମିଳିଛି। ତାଙ୍କ ନାମ ଡା. ରବୀନ୍ଦନାଥ ରଥ ବୋଲି ଜିିଆରପି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଡାକ୍ତର ରଥଙ୍କର ମୃତୁଞ୍ୟ ନେଇ ବିଭିନ୍ନ ସନ୍ଦେହ ପ୍ରକାଶ ପାଉଥିବା ବେଳେ ସେ ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଆରପି ପୁଲିସ କହିଛି।

ଜିଆରପି ଇନ୍‌ସପେକ୍ଟର ଭରତ ସାହୁଙ୍କ ଠାରୁ ମିଳିଥିିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଓଲ୍ଡ ଟାଉନ୍‌ ଥାନା ଅଞ୍ଚଳରେ ରୁହନ୍ତି ଡାକ୍ତର ରବୀନ୍ଦ୍ର ନାଥ ରଥ। ସେ ଅବସର ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଡାକ୍ତରଖାନାରେ ଚୁକ୍ତି ଭିତ୍ତିରେ ନିଯୁକ୍ତି ପାଇଥିଲେ। ଆଜି ସକାଳେ ସେ ଭୁବନେଶ୍ୱର ରେଲେଓ୍ଵ ଷ୍ଟେସନର ୧ ନମ୍ବର ପ୍ଲାଟ୍‌ଫର୍ମରେ ପୁରୀ- ହାଓଡ଼ା ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଗୁରୁତର ଭାବେ ଉଦ୍ଧାର କରାଯାଇ ତାଙ୍କୂ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

By amfnews

Related Post