Thu. May 22nd, 2025

ଭୁବନେଶ୍ୱର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଶଟ୍‌ ଡାଉନ୍‌

By amfnews Apr 3, 2020 #Featured
344 Views

ଭୁବନେଶ୍ୱର : ରାଜଧାନୀରେ ୫ଟି ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ପୂରା ଭୁବନେଶ୍ୱର  ମହାନଗର ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଭୁବନେଶ୍ୱର ସହିତ ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ଶଟ୍‌ଡାଉନ୍‌ ଘୋଷଣା ହୋଇଛି।

ଏହି ନିୟମ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ। ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଗ୍ରୋସରୀ, ଫଳ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ବନ୍ଦ ରହିବ। ଔଷଧ ଦୋକାନ ମଧ୍ୟ ଖୋଲିବ। କିନ୍ତୁ ସଂଖ୍ୟା କମାଇ ଦିଆଯିବ। କେଉଁ ଔଷଧ ଦୋକାନ ଖୋଲିବ, ସେନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ। ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବାକୁ କହିଲେ ପୁଲିସ ଡିଜି ଅଭୟ କହିଛନ୍ତି।

ଶଟ୍‌ଡାଉନ୍‌ରୁ ମୁକ୍ତ ରହିବ ଅତ୍ୟାବଶ୍ୟକ ସେବା। ହସ୍ପିଟାଲ, ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ଟେଲିକମ୍‌, କିଛି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ, ମାଲ ପରିବହନକାରୀ ରେଳ ଓ ବିମାନ, କରୋନା କଲ ସେଣ୍ଟର, ଜଳ ଯୋଗାଣ ପରିମଳ, ସ୍ୱେରେଜ, ବିଦ୍ୟୁତ, ନିର୍ଦ୍ଦିଷ୍ଟ ଔଷଧ ଦୋକାନ, ମାଲବାହୀ ଯାନ ଚାଲିବ।

By amfnews

Related Post