Tue. Nov 26th, 2024

ଭୁବନେଶ୍ୱର ଏମ୍ସର ୬ ମହଲା ଛାତରୁ ଖସି ରୋଗୀ ମୃତ

By amfnews Jan 20, 2019 #Featured
181 Views

ଭୁବନେଶ୍ୱର, ଜାନୁଆରୀ ୨୦ : ଭୁବନେଶ୍ବର ଏମ୍ସ ଛାତରୁ ଖସି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି  । ରୋଗୀ ଜଣକ ଚାରିଦିନ ପୂର୍ବରୁ ମେଡିକାଲ ଆଇସିୟୁରେ ଭର୍ତି ହୋଇଥିଲେ  । ରୋଗୀଙ୍କ ଘର ଖୋର୍ଦ୍ଦା ଜକରା ଗାଁରେ ହୋଇଥିବା ଜଣାପଡିଛି  ।

ସୂଚନାନୁସାରେ ଗତ ୧ ୭ ତାରିଖରେ ଏହି ରୋଗୀ ଜଣକ ଅତ୍ୟଧିକ ମଦ୍ୟପାନ କରିବା ଦ୍ବାରା ଗୁରୁତର ହୋଇ ପଡିଥିଲେ  । ଫଳରେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇ ଆଇସିୟୁରେ ରଖାଯାଇଥିଲା  । ତେବେ ଆଇସିୟୁରେ ରହିବା ପରେ ରୋଗୀଜଣକ ଘରକୁ ଯିବାକୁ ଜିଦ କରିଥିଲେ  । ତେବେ ଗତକାଲି ବିଳମ୍ବିତ ରାତିରେ ରୋଗୀ ଜଣକ ଝରକା ଗ୍ରୀଲ ଭାଂଗି ବାହାରକୁ ଆସିବାକୁ ଉଦ୍ୟମ କରିବା ସମୟରେ ଖସି ପଡିଥିଲେ  ।

By amfnews

Related Post