Tue. Mar 10th, 2026

ଭୁବନେଶ୍ବରର ମୁନମୁନ ସିଂହ ଜିତିଲେ ମୋଷ୍ଟ ପପୁଲାର ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ

310 Views

ଭୁବନେଶ୍ବର  : ରାଜଧାନୀ ଭୁବନେଶ୍ବରର ମୁନମୁନ ସିଂହ ନାମ୍ନୀ ଜଣେ ମହିଳା ମରିସସରେ ଆୟୋଜିତ ମିସେସ ଇଣ୍ଡିଆ ୟୁନିଭର୍ସ ସ୍ୟୁଭଭେଣ୍ଟ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଜଣାଯାଇଛି। ମୁନମୁନ ସିଂହ ମୋଷ୍ଟ ପପୁଲାର ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ ଲାଭ କରିଛନ୍ତି। ଏହାପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି।

ଏହି ଅବସରରେ ମୁନମୁନ ସିଂହ ନିଜର ପ୍ରତିକ୍ରିୟାରେ ଖୁସି ଜାହିର କରିଛନ୍ତି। ଏହା ସହିତ ସେ କହିଛନ୍ତି କି ତାଙ୍କ ପରିବାର ତାଙ୍କୁ ପ୍ରତିଟି କ୍ଷେତ୍ରରେ ସମର୍ଥନ କରିଛନ୍ତି , ସେଥିପାଇଁ ସେ ଏହି ପୁରସ୍କାର ଜିତିପାରିଛନ୍ତି। ଏହାଛଡ଼ା ମତଦାତାମାନେ ନିସର୍ତ୍ତ ସମର୍ଥନ କରିଥିବାର ମୁନମୁନ ସିଂହ ସେମାନଙ୍କୁ ବି ଧନ୍ୟବାଦ ଦେଇଛନ୍ତି। ସେ ନିଜ ପିତା, ମାତା, ଶାଶୁଘରର ସମସ୍ତ ସଦସ୍ୟ,ଅକ୍ରମ ଖାନ୍ ଓ ତାଙ୍କା ଟିମକୁ ବିଶେଷ ଧନ୍ୟବାଦ ଦେଇଛନ୍ତି।

Image may contain: 1 person, sitting and sunglasses

ସେ ଗ୍ରାଣ୍ଡ ଫିନାଲେପାଇଁ ସମସ୍ତଙ୍କ ଶୁଭ କାମନା ଚାହିଁଛନ୍ତି। ଏଥିପାଇଁ ମୁନମୁନ ସିଂହ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ସୂଚନାଯୋଗ୍ୟ ମିସେସ ଇଣ୍ଡିଆ ୟୁନିଭର୍ସ ସ୍ୟୁଭଭେଣ୍ଟ ପ୍ରତିଯୋଗିତା ଏକ ସମ୍ମାନଜନକ ପ୍ରତିଯୋଗିତା।

By amfnews

Related Post