Sun. Nov 24th, 2024

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ତାଲିମ ଶିବିର ଉଦ୍ଯାପିତ

By amfnews Sep 23, 2018 #Featured
201 Views

ରାଉରକେଲା, ୨୩ା୯  : ରାଉରକେଲାର ଏନ୍ଆଇଟି ଏବଂ ଶ୍ରଦ୍ଧା ସହଯୋଗରେ ତଥା ଓଡ଼ିଶା ରାଜ୍ୟ ମୃଦୁ ପାନୀୟ ନିଗମ ସହାୟତାରେ ଏନ୍ଆଇଟିସ୍ଥିତ ସିନେଟ ହଲଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ୩ ଦିନିଆ ତାଲିମ ଶିବିର ଉଦ୍ଯାପିତ ହୋଇଯ।।ଇଛି । ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବହୁବିଧ ସମସ୍ୟାର ସମାଧାନ ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭିଆର୍ସିର ସହାୟକ ନିର୍ଦ୍ଦେଶକ ଆର୍. କେ. ଶର୍ମା ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗର ଜିଲ୍ଲା ଅଧିକାରୀ ଅଶୋକ ବିଶି ମୁଖ୍ୟବକ୍ତା ଭାବରେ ଉପସ୍ଥିତ ରହିବା ସହ ତାଙ୍କ ବିଭାଗ ଦ୍ୱାରା ଭିନ୍ନକ୍ଷମମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏନ୍ଆଇଟିର ମାନବିକ ଓ ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ଡ. ଆର୍. କେ. ବିଶ୍ୱାଳ ଯୋଗଦେଇ ଥିଲେ । ଶ୍ରୀ ବିଶ୍ୱାଳ ୨୦୧୬ ଭିନ୍ନକ୍ଷମଙ୍କ ଅଧିକାର ଓ ଆଇନ ସମ୍ବନ୍ଧରେ ବିଶଦ୍ ଭାବେ ଆଲୋଚନା କରିଥିଲେ । ସ୍ୱାଭିମାନ ପ୍ରକଳ୍ପ ନିର୍ଦ୍ଦେଶକ ମିହିର କୁମାର ସଶକ୍ତୀକରଣ ତାଲିମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ସାରା ରାଜ୍ୟରେ ୩ ବର୍ଷ ଧରି ଚାଲିଥିବା ଏହି ପ୍ରକଳ୍ପ ମାଧ୍ୟମରେ ୩୦୦ରୁ ଊଦ୍ଧ୍ୱର୍ ଶିକ୍ଷିତ ଭିନ୍ନକ୍ଷମ ଉପକୃତ ହୋଇଥିବା ପ୍ରକାଶ କରିଥିଲେ । ଶ୍ରଦ୍ଧା ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଶିବିରରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରୁ ୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅତିଥିମାନେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ତାଲିମ ଶିବିରକୁ ସଂଯୋଜକ ତାପସ ଜେନା, ଯଶୋବନ୍ତ ବଳସାମନ୍ତ, ଶ୍ରଦ୍ଧାର ଅଞ୍ଜଳି ମହାରଣା, ଜିତେନ୍ଦ୍ର ମହାକୁଡ଼, ସୁକୁମାର ପାଣ୍ଡବ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

By amfnews

Related Post