201 Views
ରାଜନଗର , ଜାନୁଆରୀ ୧୫ : ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସ˚ଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧୢରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୬୯୮ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସ˚ଖ୍ୟା ୧୭୪୨କୁ ବୃଦ୍ଧିପାଇଛିି। ଅର୍ଥାତ୍ ଗତବର୍ଷଠାରୁ ୪୪ଟି କୁମ୍ଭୀର ଅଧିକ ଥିବା କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି। ଏ ବର୍ଷ ଗଣନା ବେଳେ ଭିତରକନିକାରେ କନିକା ରେଞ୍ଜର ମହିଁଷାମୁଣ୍ତା ନିକଟରେ ବନବିଭାଗ ୨୧ ଫୁଟିଆ କୁମ୍ଭୀର ଠାବ କରିଛି। ଏଥିସହ ଶୁଆଯୋର ଓ ଅଜଗରପାଟିଆ, ଥାନପତି ନିକଟରେ ୨୦ ଫୁଟରୁ ଅଧିକ ୪ଟି କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।
ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡିକରେ ଏ ବର୍ଷ ୧୬୩୬ କୁମ୍ଭୀର ଥିବା ବେଳେ ଭିତରକନିକା ବାହାରେ ଥିବା ନଦୀ, ନାଳଗୁଡିକରେ ୧୦୬ଟି କୁମ୍ଭୀର ଥିବା ଡିଏଫ୍ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।