Wed. Mar 11th, 2026

ଭିଜିଲାନ୍ସ ପଞ୍ଝାରେ BDA ଅଧିକାରୀ

180 Views

ଭୁବନେଶ୍ୱର : ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି BDA ଅଧିକାରୀ । ବିଡିଏ ସେକ୍ସନ୍ ଅଫିସର ବିଭୂତି ଭୂଷଣ ରାୟଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

ଭୁବନେଶ୍ୱରର ଝାରପଡାଜିଜିପି କଲୋନୀସ୍ଥିତ ଘର ସମେତ ଅଫିସ୍‌ରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରୁଛି । ଏମିତିକି ଜଗତସିଂହପୁରସ୍ଥିତ ବିଭୂତିଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ର ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ଜାରି ରଖିଛି ଭିଜିଲାନ୍ସ ।

By amfnews

Related Post