Sun. Mar 8th, 2026

ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ

225 Views

ବାରିପଦା,୧୬/୧୧: ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ରଙ୍ଗମାଟିଆ ଡାକ୍ତରଖାନାର ଫାର୍ମାସିଷ୍ଟ ସନ୍ଦୀପ ପତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ଦୀର୍ଘ ୮ ବର୍ଷ ଧରି ସେ ଠିକା କର୍ମଚାରୀ ଭାବେ କାମ କରିବା ପରେ ୨ ମାସ ତଳେ ସ୍ଥାୟୀ ନିଯୁକ୍ତି ପାଇଥିଲେ।

ତୁଳସୀଚଉରା ସ୍ଥିତ ସନ୍ଦୀପଙ୍କ ବାସଭବନରେ ଚଢ଼ଉ କରାଯିବା ସହ ତାଙ୍କର ପୈତୃକ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି। ତୁଳସୀଚଉରା ଘରର ଆନୁମାନିକ ମୂଲ୍ୟ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି।

ସେପଟେ ସନ୍ଦୀପଙ୍କ ପୈତୃକ ବାସଭବନରେ ଚଢ଼ଉ ବେଳେ ନଗଦ ୬୦ ହଜାର ଟଙ୍କା, ଜମିଜମା କାଗଜପତ୍ର ସହ ବ୍ୟାଙ୍କ୍‌ ପାସବୁକ୍ ସବୁ ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।

By amfnews

Related Post