Sun. Nov 24th, 2024

ଭିଜିଲାନ୍ସ ଜାଲରେ କୁଚିଣ୍ଡା NACର କାର୍ଯ୍ୟନିର୍ବାହୀ ଅଧିକାରୀ

By amfnews Mar 6, 2020 #Featured
145 Views

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା NACର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ୬ଟି ଭିଜିଲାନ୍ସ ଟିମ୍‌ ଏକା ସଙ୍ଗରେ ଚଢ଼ଉ କରିଛନ୍ତି। ଝାରସୁଗୁଡ଼ା ସହର ଗୁଜରାଟିପଡ଼ାରେ ଜିତେନ୍ଦ୍ର ରହୁଥିବା ଭଡ଼ା ଘର ସହ କୁଚିଣ୍ଡା ଏନ୍ଏସି ମ୍ୟୁନିସିପାଲିଟି ଅଫିସ ଓ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଛି।

ଏନେଇ ରାଉରକେଲା ଭିଜିଲାନ୍ସ ଡିଏସ୍‌ପି ବୀରେନ୍ଦ୍ର କୁମାର ନାଏକ କହିଛନ୍ତି,“ଜିତେନ୍ଦ୍ର ମହାପାତ୍ରଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ଥିଲା। ସେଥିପାଇଁ ଆଜି ସମ୍ୱଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ୬ଟି ଜାଗାରେ ରେଡ୍‌ ଚାଲିଛି। ସେ ରହୁଥିବା ଭଡ଼ା ଘର, ପୈତୃକ ଘର, ଶ୍ୱଶୁର ଘର, ସମ୍ୱଲପୁରରେ ଥିବା ତାଙ୍କର ବିଲଡିଂରେ ମଧ୍ୟ ଚଢ଼ଉ ଚାଲିଛି।”

By amfnews

Related Post