Sun. Mar 8th, 2026

ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡ଼ିଲା ବସ୍, ୧୮ ମୃତ

151 Views

କାଠମାଣ୍ଡୁ: ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ଏଯାଏ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି। ଗତକାଲି ସଂଧ୍ୟାରେ ନେପାଳର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାର୍କରେ ଏହି ଦୁର୍ଘଟଣା ଘଟିଛି।

ନେପାଳ ପୁଲିସର ମୁଖପାତ୍ର ନବରାଜ ପୋଖରେଲ କହିଛନ୍ତି, ପାହାଡର ୨୪୦ ଫୁଟ ଉଚ୍ଚରେ ବସଟି ଯାଉଥିଲା। ରାସ୍ତା ଅଣଓସାରିଆ ଥିଲା। ବସଟି ୟୁଟର୍ଣ୍ଣ ନେବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ଆହତ ଏବଂ ମୃତକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଯାଏ ୧୮ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସମସ୍ତ ଆହତଙ୍କୁ ବୁଟଓ୍ୱାଲା ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି।

By amfnews

Related Post