Sun. Nov 24th, 2024

ଭାରତୀୟ ସେନାରେ ବଢ଼ିବେ ମହିଳାଙ୍କ ସଂଖ୍ୟା: ଆର୍ମି ଚିଫ ରାୱତ

By amfnews Dec 16, 2018 #Featured
574 Views

ହାଇଦ୍ରାବାଦ, ଡିସେମ୍ବର ୧୬ : ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶନିବାର କହିଛନ୍ତି, ସେନାରେ ପ୍ରତିଭା ଏବଂ ସାଇବର ବିଶେଷଜ୍ଞ ଭଳି ଲଢୁଆ ଭୂମିକା ନିଭାଇବା ପାଇଁ ମହିଳାଙ୍କ ସଂଖ୍ୟାକୁ ବଢାଯିବ । ଆନ୍ଧ୍ରପ୍ରଦେଶର ଡୁଣ୍ଡିଗଲସ୍ଥିତ ବାୟୁସେନା ଏକାଡେମିରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ରାୱତ କହିଛନ୍ତି, ସେନା ପୋଲିସରେ ମହିଳାଙ୍କ ଭର୍ତ୍ତି ନେଇ ବିଚାର କରୁଛି ।

ରାୱତ କହିଛନ୍ତି, ଆମେ କହି ରଖୁଛୁ ଯେ, ସେନାରେ ମହିଳାଙ୍କ ସଂଖ୍ୟା ବଢ଼ିବ । ମହିଳାମାନେ ପୂର୍ବରୁ ସେନାରେ ଅଛନ୍ତି । ଏଣିକି ଆମକୁ ଏହି ସଂଖ୍ୟାରେ ବୃଦ୍ଧି କରିବା ଦରକାର । ଏସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ମିଲିଟାରି ପୋଲିସରେ ମଧ୍ୟ ମହିଳା ଯବାନ ଚାହୁଁଛି ।

ଗତ ମାସରେ ପୁନେର ନ୍ୟାସନାଲ ଡିଫେନ୍ସ ଏକାଡେମିରେ ୧୩୫ତମ କୋର୍ସ ପର୍ସିଙ୍ଗ ଆଉଟ ପରେଡ ପେର ଆର୍ମି ଚିଫ କହିଥିଲେ, ସେନାର ଲଢୁଆ ବିମାନରେ ମହିଳାଙ୍କୁ ନିଯୁକ୍ତି ଦିଆଯିବା ନେଇ ଏବେ ଚିନ୍ତା କରାଯାଇ ନାହିଁ । କାର୍ଯ୍ୟକ୍ରମରେ ବାୟୁସେନାର ୭ମ ମହିଳା ଲଢୁଆ ପାଇଲଟ ପ୍ରିୟା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

By amfnews

Related Post