Sat. Mar 7th, 2026

ଭାରତୀୟ ମହିଳାଙ୍କୁ ପ୍ରେମ କରିବା ସହ ବିବାହ କରିବା ପାଇଁ ଭାରତ ଆସିଥିଲେ ଯୁବକ, କିନ୍ତୁ ହେଲା ୧୦ବର୍ଷ ଜେଲ୍‌

529 Views

ସୂଚନା ମୁତାବକ, ପାକିସ୍ତାନର କରାଚିରେ ରହୁଥିବା ମହମ୍ମଦ ଇମ୍ରାନ୍‌ କୁରେଶି ଓ୍ଵର୍ସି ଭାରତକୁ ନିଜ ପ୍ରେମିକାକୁ ଖୋଜି ଖୋଜି ଆସି ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ତାଙ୍କ ପ୍ରେମିକା ମିଳିବା ସହ ୨୦୦୩ରେ ଦୁହେଁ ବିବାହ କରିଥିଲେ । ବିବାହ ପରେ ଦୁହେଁ କୋଲକାତାରେ ରହିବା ସହ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ । ଯେତେବେଳେ ସେ ନିଜ ପୈତୃକ ସମ୍ପତିରୁ ଭାଗ ମାଗିଥିଲେ, ଭାରତରେ ରହୁଥିବା ମହମ୍ମଦଙ୍କ ସଂପର୍କୀୟ ପୁଲିସକୁ ସେ ପାକିସ୍ତାନୀ ବୋଲି ଖବର ଦେଇଥିଲେ । ଯାହା ପରେ ତାଙ୍କୁ ସ୍ପାଏ ବୋଲି ଭାବି ପୁଲିସ ଗିରଫ କରିଥିଲା

ଗିରଫ ହେବା ପରେ ତାଙ୍କୁ ୨୦୦୮ରେ ୧୦ବର୍ଷ ଜେଲ ଦଣ୍ଡ ଦିଆଯିବା ସହ ୮୦ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା । ଏବେ ତାଙ୍କର ୧୦ବର୍ଷ ଜେଲ ଦଣ୍ଡ ପୂରା ହୋଇ ଯାଇଥିଲେ ମଧ୍ୟ ୮୦ହଜାର ଟଙ୍କା ଦେଇ ନଥିବାରୁ ଦୁଇ ମାସ ଜେଲ ଦଣ୍ଡ ଭୋଗୁଥିବା ଜଣା ପଡ଼ିଛି । ଡ଼ିସେମ୍ବର ୨୬ରେ ମହମ୍ମଦଙ୍କୁ ମୁକ୍ତ କରାଯିବ ବୋଲି ଜଣା ପଡ଼ିଥିବା ବେଳେ ପାକିସ୍ତାନ ଯାଇ ସେ ନିଜ ସ୍ତ୍ରୀ-ପିଲାଙ୍କୁ ନେବା ପାଇଁ କାଗଜପତ୍ର କାମ ଆରମ୍ଭ କରିବେ ବୋଲି କହିଛନ୍ତି ।

By amfnews

Related Post