Mon. Jun 16th, 2025

ଭାରତୀୟ ବେଶପୋଷାକ ପରିଧାନ କରି ନୋବେଲ୍‌ ପୁରସ୍କାର ଗ୍ରହଣ କଲେ ଅଭିଜିତ ବାନାର୍ଜୀ ଓ ଏସ୍‌ଥର୍‌ ଡ୍ୟୁଫ୍ଲୋ

By amfnews Dec 11, 2019 #Featured
218 Views

ନୂଆଦିଲ୍ଲୀ  : ମଙ୍ଗଳବାର ଦିନ ସ୍ୱିଡେନ୍‌ର ଷ୍ଟକ୍‌ହୋମ୍‌ କନସର୍ଟ ହଲ୍‌ରେ ଭାରତୀୟ-ଆମେରିକୀୟ ପ୍ରଫେସର୍‌ ଅଭିଜିତ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଏସ୍‌ଥର୍‌ ଡ୍ୟୁଫ୍ଲୋ ଅର୍ଥନୀତି ନିମନ୍ତେ ନୋବେଲ୍‌ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବରେ ବାନାର୍ଜୀ ଧୋତି, କୁର୍ତ୍ତା ଓ ବନ୍ଦଗଳା ପିନ୍ଧିଥିବା ବେଳେ ଡ୍ୟୁଫ୍ଲୋ ଶାଢ଼ି ପିନ୍ଧିଥିଲେ। ଆମେରିକୀୟ ଅର୍ଥନୀତିଜ୍ଞ ମାଇକେଲ୍‌ କ୍ରେମେର୍‌ଙ୍କ ସହ ସେମାନେ ପୁରସ୍କାର ଗ୍ରହଣ କରିଛନ୍ତି। ୪୬ ବର୍ଷୀୟ ଫରାସୀ-ଆମେରିକୀୟ ଡ୍ୟୁଫ୍ଲୋ ହେଉଛନ୍ତି ନୋବେଲ୍‌ ପୁରସ୍କାର ଇତିହାସରେ ଅର୍ଥନୀତିରେ ବିଜୟୀ ହୋଇଥିବା ଦ୍ୱିତୀୟ ତଥା ସର୍ବ କନିଷ୍ଠ ମହିଳା।

୧୯୬୧ ମସିହା ଫେବ୍ରୁଆରି ୨୧ ତାରିଖରେ କୋଲକାତାରେ ଜନ୍ମିତ ୫୮ ବର୍ଷିୟ ବାନାର୍ଜୀ ହେଉଛନ୍ତି ଅବ୍ଦୁଲ ଲତିଫ୍‌ ଜମୀଲ ପଭର୍ଟି ଆକ୍‌ସନ୍‌ ଲ୍ୟାବ୍‌ର ସହ-ସଂସ୍ଥାପକ। ସେ କୋଲ୍‌କାତାରେ ସ୍କୁଲ ଓ କଲେଜ ଅଧ୍ୟୟନ ଶେଷ କରି ଦିଲ୍ଲୀର ଜେଏନ୍‌ୟୁରେ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ।

ଚାରି ବର୍ଷ ହେବ ବିବାହ କରିଥିବା ବାନାର୍ଜୀ ଓ ଡ୍ୟୁଫ୍ଲୋ ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି (ଏମ୍‌ଆଇଟି), କେମ୍ବ୍ରିଜ୍‌, ଏମ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କାମ କରୁଛନ୍ତି।

By amfnews

Related Post