Sat. Apr 19th, 2025

ଭାରତୀୟ ବାୟୁସେନା କିଣିବ ସୁଖୋଇ ସୁ-୩୦ ଏମ୍‌କେଆଇ ଏବଂ ମିଗ୍‌ -୨୯ ଲଢୁଆ ବିମାନ

By amfnews Jul 10, 2019 #Featured
157 Views

ନୂଆଦିଲ୍ଲୀ  : ପାକିସ୍ତାନ ଏବଂ ଚୀନ୍‌ ପଟୁ ଥିବା ବିପଦକୁ ମୁକାବିଲା କରିବାକୁ ରୁଷ୍‌ରୁ ଭାରତୀୟ ବାୟୁସେନା ଆହୁରି ୧୮ଟି ସୁଖୋଇ ସୁ-୩୦ ଏମ୍‌କେଆଇ ମଲ୍‌ଟିରୋଲ୍‌ ଲଢୁଆ ବିମାନ ଏବଂ ୨୧ଟି ମିକୋୟାନ୍‌ ମିଗ୍‌-୨୯ ଏୟାର୍‌ ସୁପରିଓରିଟି ଜେଟ୍‌ କିଣିବ। ବାୟୁସେନା ପାଖରେ ୨୭୨ଟି ସୁ-୩୦ ଏମ୍‌କେଆଇ ଏବଂ ୬୯ଟି ମିଗ୍‌-୨୯ ୟୁପିଜି ରହିଛି।

ରୁଷ୍‌ର ଫେଡେରାଲ୍‌ ସର୍ଭିସ୍‌ ଫର୍‌ ମିଲିଟାରି-ଟେକ୍ନିକାଲ୍‌ କୋଅପରେସନ୍‌ର ଡେପୁଟି ଡାଇରେକ୍ଟର୍‌ ଭ୍ଲାଦିମିର ଡ୍ରୋଝଝୋଭ୍‌ ସୋମବାର ଦିନ ମସ୍କୋରେ କହିଛନ୍ତି ଯେ ଭାରତ ଅତିରିକ୍ତ ୧୮ଟି ସୁ-୩୦ ଏମ୍‌କେଆଇ କିଟ୍‌ ଏବଂ ୨୦ ରୁ ଊର୍ଦ୍ଧ୍ୱ ଆଧୁନିକ କରାଯାଇଥିବା ମିଗ୍‌-୨୯ ବିମାନ ପାଇଁ ଅନୁରୋଧ କରିଛି। ମହାରାଷ୍ଟ୍ରର ନାସିକ ଠାରେ ଥିବା ଓଜାର୍‌ ପ୍ଲାଣ୍ଟ୍‌ରେ ହିନ୍ଦୁସ୍ତାନ ଏରୋନଟିକ୍‌ସ୍‌ ଲିମିଟେଡ୍‌ ସୁଖୋଇ ଟୁଇନ୍‌ଜେଟ୍‌ ମଲ୍‌ଟିରୋଲ୍‌ ବିମାନ ଆସେମ୍ଲ କରିବ। କିନ୍ତୁ ମିଗ୍‌ ବିମାନ ରୁଷ୍‌ରୁ ସମ୍ପୂର୍ଣ୍ଣ ନିର୍ମାଣ ହୋଇ ଆସିବ ପ୍ରଥମେ ସେଷ୍ଟେମ୍ବର ୨୭, ୨୦୦୨ରେ ସୁ-୩୦ ଏମ୍‌କେଆଇ ବାୟୁସେନାରେ ସାମିଲ୍‌ ହୋଇଥିଲା।

By amfnews

Related Post