Sat. Mar 7th, 2026

ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ପଶ୍ଚିମ ଓଡିଶା ଆନୁକୂଲ୍ୟରେ ଭାଷା ଓ ସାହିତ୍ୟିକୁ ନେଇ ଆଲୋଚନାଚକ୍ର

307 Views

ରାଉରକେଲା, ୧୭ା୮ : ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ପରିଷଦରେ ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ପଶ୍ଚିମ ଓଡିଶା ଆନୁକୂଲ୍ୟରେ ଭାଷା ଓ ସାହିତ୍ୟକୁ ନେଇ ଏକ ପ୍ରାନ୍ତୀୟ ଆଲୋଚନାଚକ୍ର କଲେଜ ଅଧ୍ୟକ୍ଷ ଶ୍ରୀନିବାସ ପାଠୀଶର୍ମାଙ୍କ ସଭାପତିତ୍ୱରେ ତଥା ସଂକଳନ ସମିତି ସଭାପତି ଡ.ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ରଳମେଲର ମୁଖ୍ୟ ସମ୍ପାଦକ ତଥା ସାମ୍ବାଦିକ ପୀତବାସ ମିଶ୍ର, ହୃଷିକେଶ ରାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଉଦ୍ଘାଟକ ସ୍ୱାମୀ ଜଗଦାନନ୍ଦ ସରସ୍ୱତୀଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜ୍ଞାନପ୍ରଭା ମୁଖ୍ୟ ସମ୍ପାଦକ ତଥା ଦକ୍ଷିଣପୂର୍ବ ରେଳବାଇ ମଜଦୁରର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ଲେଙ୍କା ଯୋଗ ଦେଇଥିଲେ ।

ମୁଖ୍ୟବକ୍ତା ଶ୍ରୀ ସାହୁ କହିଲେ ଯେ, ଓଡିଆ ଭାଷା ସାହିତ୍ୟକୁ ବର୍ତ୍ତମାନ ସମୟରେ ସୃଜନଶୀଳତାର ଆବଶ୍ୟକତା ଅଛି । ଭାଷା ସାହିତ୍ୟିହିଁ ଜାତୀୟତାବୋଧ ସୃଷ୍ଟି କରିଥାଏ । ଅନୁବାଦ ସାହିତ୍ୟ ଓ ଦେଶୀୟ ସାହିତ୍ୟିର ସମନ୍ୱୟରେ ଭାଷା ବଳିଷ୍ଠ ହୋଇଥାଏ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଲେ ଯେ, ଆଲାଚୋନାଚକ୍ର ମାଧ୍ୟମରେ ବର୍ତ୍ତମାନର ଯୁବପିଢିଙ୍କୁ ନିୟୋଜି କଲେ ସେମାନେ ରାଷ୍ଟ୍ରୀୟ ଗଠନରେ ଉଦ୍ବୁଦ୍ଧ ହେବେ ଓ ସାହିତ୍ୟିକୁ ସୁସଙ୍ଗଠିତ କରିବେ । ଉଦ୍ଘାଟକ ତଥା ୨୧ ଖଣ୍ଟ ପୁସ୍ତକର ରଚୟିତା ସ୍ୱାମୀ ଜଗଦାନନ୍ଦ ସରସ୍ୱତୀ ପଶ୍ଚିମ ଓଡିଶାର ସଂସ୍କୃତି ଓ ଭାଷା ସାହିତ୍ୟିକୁ ପ୍ରଚାର ପ୍ରସାର କରି ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।

ଦକ୍ଷିଣପୂର୍ବ ରେଳବାଇ ମଜଦୁର ସଂଘ ଉପାଧ୍ୟକ୍ଷ ତଥା ଜ୍ଞାନପ୍ରଭାର ମୁଖ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ଲେଙ୍କା କହିଲେ ଯେ, ମାତୃଭାଷା ଓଡିଆ ଭାଷା ଓଡିଶାର ମେରୁଦଣ୍ଡ । ଏହାକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଓଡିଶା ସରକାର ପ୍ରତ୍ୟେକ କୋର୍ଟ କଚେରୀ ତଥା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାରେ ଚିଠିପତ୍ର ଆଦାନ ପ୍ରଦାନକୁ ଆଇନ୍ ଲାଗୁ କରି ବହୁ ବଡ ପଦକ୍ଷେପ ନେଇଛନ୍ତି । ପ୍ରାରମ୍ଭରେ କଲେଜ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ଦାସ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିପିଆର୍ଏମର ଉମେଶ ପାଶୱାନ ଧନ୍ୟବାଦ ଦେଇଥିଲେ ।

Related Post