Tue. Dec 24th, 2024

ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା!

By amfnews Jul 29, 2020 #Featured
237 Views

ନୂଆଦିଲ୍ଲୀ, ଜୁଲାଇ ୨୯  : ଭାରତରେ ଏବେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବ୍ଲୁମବର୍ଗ କରୋନା ଭାଇରସ ଟ୍ୟାକର ଅନୁସାରେ ଗତ ସପ୍ତାହର ତୁଳନାରେ ଚଳିତ ସପ୍ତାହରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି । କରୋନାର ମୋଟ କେସ ମାମଲାରେ ଭାରତ ବିଶ୍ୱବ୍ୟାପୀ ଆମେରିକା ଓ ବ୍ରାଜିଲ ତଳକୁ ରହିଛି । ଭାରତ ଓ ବ୍ରାଜିଲରେ ସବୁଠାରୁ କମ ଟେଷ୍ଟ କରାଯାଇଛି । ଭାରତରେ ପ୍ରତି ଏକ ହଜାର ଲୋକଙ୍କ ମଧ୍ୟରୁ ୧୧.୮ ଓ ବ୍ରାଜିଲରେ ୧୧.୯୩ ଟେଷ୍ଟ କରାଯାଇଛି । କିନ୍ତୁ ଆମେରିକାରେ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୧୫୨.୯୮ ଜଣ ଓ ଋଷିଆରେ ୧୮୪.୩୪ ଟେଷ୍ଟ ହୋଇଛି ।

ଦେଶରେ ମଙ୍ଗଳବାର ଲଗାତାର ୬ଷ୍ଠ ଦିନରେ କରୋନା ୪୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟା କାଳରେ ଏହି ସଂଖ୍ୟା ୪୭ ହଜାର ୭୦୪ ଥିଲା । ଏହାରି ମଧ୍ୟରେ ୬୫୪ ଜଣ ଲୋକ ଜୀବନ ହାରିଥିବା ବେଳେ ୩୫ ହଜାର ୧୭୬ ଜଣ ସୁସ୍ଥ ହୋଇଥିଲେ । ବିଗତ ୫ ଦିନରେ କରୋନା ବିପକ୍ଷରେ ୩୦ ହଜାରରୁ ଅଧିକ ଲୋକ ବିଜୟ ହାସଲ କରିଛନ୍ତି । ଦେଶରେ ସୁସ୍ଥଙ୍କ ପ୍ରତିଶତ ୬୪.୨୩ରେ ପହଂଚିଥିବା ବେଳେ ମୃତ୍ୟୁ ହାର ୨.୨୫ ପ୍ରତିଶତ । ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏକ ସରକାରୀ ରିପୋର୍ଟ ଅନୁସାରେ କୋଭିଡ ସଂକଟ ଯୋଗୁଁ ୧୦ କୋଟି ଚାକିରି ବିପଦ ସୃଷ୍ଟି କରିଛି । ରିପୋର୍ଟରେ କୋଭିଡ-୧୯ ପରେ ଉପୁଜିଥିବା ଆର୍ଥିକ ସଂକଟରୁ ବର୍ତ୍ତିବା ପାଇଁ କୃଷି ସହିତ ଉଦ୍ୟୋଗକୁ ଗୁରୁତ୍ୱ ଦିଆଯାଇଛି । ଏହି ରିପୋର୍ଟ ରାଜ୍ୟସଭାର ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ରଖାଯାଇଛି ।

By amfnews

Related Post