Sun. Jan 26th, 2025

ଭାରତରେ ଖୁବଶୀଘ୍ର ଆରମ୍ଭ ହେବ କରୋନା ଟୀକାକରଣ, ଆଜି ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଡ୍ରାଏ ରନ

By amfnews Jan 8, 2021 #Featured
115 Views

ନୂଆଦିଲ୍ଲୀ,ଜାନୁଆରୀ 08 : କରୋନା ମହାମାରୀର ମୁକାବିଲା କରୁଛି ଭାରତ  । ଦେଶରେ ଖୁବଶୀଘ୍ର କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି  ।  ଏହାପୂର୍ବରୁ ସରକାର ସାରା ଦେଶରେ କରୋନା ଟୀକାର ଡ୍ରାଏ ରନ ଜାରି ରଖିଛନ୍ତି  । ଆଜି ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଡ୍ରାଏ ରନ  ।

କରୋନା ଟୀକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ଆଡେ ଗତି କରୁଛି   । ଆଜି ସାରା ଦେଶରେ ଏକକାଳୀନ ହେବ।  ଡ୍ରାଏ ରନ ର ଆଉ ଏକ ପର୍ଯ୍ୟାୟ ହେବ  । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏଥର ତାମିଲନାଡୁରେ ପହଞ୍ଚି ଯାଞ୍ଚ କରିବେ  ।  ଦେଶରେ ଦୁଇଟି ଟୀକାକୁ ଅନୁମୋଦନ ମିଳିଛି  ।  ଖୁବଶୀଘ୍ର କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି  ।  ଆଜି ଦେଶର ସମସ୍ତ ଜିଲ୍ଲା ଡ୍ରାଏ ରନରେ ଅଂଶଗ୍ରହଣ କରିବେ ଏବଂ ଟୀକାକରଣ ପୂର୍ବରୁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯିବ  ।

ପୂର୍ବରୁ ଡିସେମ୍ବର 28 ଏବଂ 29 ରେ ଚାରଟି ରାଜ୍ୟରେ ଦୁଇ ଦିନ ଧରି ଏହି ଡ୍ରାଏ ରନ ହୋଇଥିଲା  । ଏହା ପରେ, 2 ଜାନୁଆରୀରେ, ସମସ୍ତ ରାଜ୍ୟର 285 ଟି ଜିଲ୍ଲାରେ ଡ୍ରାଏ ରନ କରାଯାଇଥିଲା  । ପୁଣି ଥରେ ଆଜି ଡ୍ରାଏ ରନ କରାଯାଉଛି  ।  ଦେଶର 700 ରୁ ଅଧିକ ଜିଲ୍ଲାରେ ଡ୍ରାଏ ରନ କରାଯିବ  ।

By amfnews

Related Post