Sat. Mar 7th, 2026

ଭାରତରେ କରୋନାଭାଇରସ୍: ୪୨୫୩୩ ଆକ୍ରାନ୍ତ, ୧୧୭୦୬ ସୁସ୍ଥ ଓ ୧୩୭୩ ମୃତ

181 Views

ନୂଆଦିଲ୍ଲୀ: ମେ ୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୨୫୩୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୭୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୩୭୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୩ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୨୯୦ ଜଣ, ହରିୟାଣାରେ ୫ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୫ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୫୬ ଜଣ, ମହାରାଷ୍ଟ୍ରରେ ୫୪୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୧ ଜଣ, ରାଜସ୍ଥାନରେ ୭୧ ଜଣ, ତାମିଲନାଡୁରେ ୩୦ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରପ୍ରଦେଶରେ ୪୩ ଜଣ ଏବଂ ପଶ୍ଚମବଙ୍ଗରେ ୩୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୫୮୩), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୫୦୩), ଚଣ୍ଡିଗଡ଼ (୯୪), ଛତିଶଗଡ଼ (୫୭), ଦିଲ୍ଲୀ (୪୫୪୯), ଗୋଆ (୭), ଗୁଜରାଟ (୫୪୨୮), ହରିୟାଣା (୪୪୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୭୦୧), ଝାଡ଼ଖଣ୍ଡ (୧୧୫) କର୍ଣ୍ଣାଟକ (୬୧୪), କେରଳ (୫୦୦), ଲଦାଖ (୪୧), ମଧ୍ୟପ୍ରଦେଶ (୨୮୪୬), ମହାରାଷ୍ଟ୍ର (୧୨୯୯୭), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୬୨), ପୁଦ୍ଦୁଚେରୀ (୮), ପଞ୍ଜାବ (୧୧୦୨), ରାଜସ୍ଥାନ (୨୮୮୬), ତାମିଲନାଡୁ (୩୦୨୩), ତେଲେଙ୍ଗାନା (୧୦୮୨), ତ୍ରିପୁରା (୧୬), ଉତ୍ତରାଖଣ୍ଡ (୬୦), ଉତ୍ତରପ୍ରଦେଶ (୨୬୪୫) ଓ ପଶ୍ଚିମବଙ୍ଗ (୯୬୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୨), ଆନ୍ଧ୍ରପ୍ରଦେଶ (୪୮୮), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୨୫), ଚଣ୍ଡିଗଡ଼ (୧୯), ଛତିଶଗଡ଼ (୩୬), ଦିଲ୍ଲୀ (୧୩୬୨), ଗୋଆ (୭), ଗୁଜରାଟ (୧୦୪୨), ହରିୟାଣା (୨୪୫), ହିମାଚଳ ପ୍ରଦେଶ (୩୪), ଜମ୍ମୁ ଓ କଶ୍ମୀର (୨୮୭), ଝାଡ଼ଖଣ୍ଡ (୨୨), କର୍ଣ୍ଣାଟକ (୨୯୩), କେରଳ (୪୦୧), ଲଦାଖ (୧୭), ମଧ୍ୟପ୍ରଦେଶ (୭୯୮), ମହାରାଷ୍ଟ୍ର (୨୧୧୫), ମଣିପୁର (୨), ଓଡ଼ିଶା (୫୬), ପୁଦ୍ଦୁଚେରୀ (୫), ପଞ୍ଜାବ (୧୧୭), ରାଜସ୍ଥାନ (୧୩୫୬), ତାମିଲନାଡୁ (୧୩୭୯), ତେଲେଙ୍ଗାନା (୪୯୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୭୫୪) ଓ ପଶ୍ଚିମବଙ୍ଗ (୧୫୧) ।

By amfnews

Related Post