Sun. Sep 29th, 2024

ଭାରତରେ କରୋନାଭାଇରସ୍: ୩୧୩୩୨ ଆକ୍ରାନ୍ତ, ୭୬୯୫ ସୁସ୍ଥ ଓ ୧୦୦୭ ମୃତ

By amfnews Apr 29, 2020 #Featured
122 Views

ନୂଆଦିଲ୍ଲୀ: ଏପ୍ରିଲ୍ ୨୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୧୩୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୬୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୦୦୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୪ ଜଣ, ଗୁଜରାଟରେ ୧୮୧ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୦ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୨୦ ଜଣ, ମହାରାଷ୍ଟ୍ରରେ ୪୦୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୯ ଜଣ, ରାଜସ୍ଥାନରେ ୫୧ ଜଣ, ତାମିଲନାଡୁରେ ୨୫ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୩୪ ଜଣ ଏବଂ ପଶ୍ଚମବଙ୍ଗରେ ୨୨ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୨୫୯), ଅରୁଣାଚଳ ପ୍ରଦେଶ (୧), ଆସାମ (୩୮), ବିହାର (୩୬୬), ଚଣ୍ଡିଗଡ଼ (୫୬), ଛତିଶଗଡ଼ (୩୮), ଦିଲ୍ଲୀ (୩୩୧୪), ଗୋଆ (୭), ଗୁଜରାଟ (୩୭୪୪), ହରିୟାଣା (୩୧୦), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୬୫), ଝାଡ଼ଖଣ୍ଡ (୧୦୩) କର୍ଣ୍ଣାଟକ (୫୨୩), କେରଳ (୪୮୫), ଲଦାଖ (୨୨), ମଧ୍ୟପ୍ରଦେଶ (୨୩୮୭), ମହାରାଷ୍ଟ୍ର (୯୩୧୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୧୮), ପୁଦ୍ଦୁଚେରୀ (୮), ପଞ୍ଜାବ (୩୨୨), ରାଜସ୍ଥାନ (୨୩୬୪), ତାମିଲନାଡୁ (୨୦୫୮), ତେଲେଙ୍ଗାନା (୧୦୦୪), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୪), ଉତ୍ତରପ୍ରଦେଶ (୨୦୫୩) ଓ ପଶ୍ଚିମବଙ୍ଗ (୭୨୫) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୫), ଆନ୍ଧ୍ରପ୍ରଦେଶ (୨୮୫), ଅରୁଣାଚଳ ପ୍ରଦେଶ (୧), ଆସାମ (୨୭), ବିହାର (୬୪), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୪), ଦିଲ୍ଲୀ (୧୦୭୮), ଗୋଆ (୭), ଗୁଜରାଟ (୪୩୪), ହରିୟାଣା (୨୦୯), ହିମାଚଳ ପ୍ରଦେଶ (୨୫), ଜମ୍ମୁ ଓ କଶ୍ମୀର (୧୭୬), ଝାଡ଼ଖଣ୍ଡ (୧୭), କର୍ଣ୍ଣାଟକ (୨୦୭), କେରଳ (୩୫୯), ଲଦାଖ (୧୬), ମଧ୍ୟପ୍ରଦେଶ (୩୭୭), ମହାରାଷ୍ଟ୍ର (୧୩୮୮), ମଣିପୁର (୨), ଓଡ଼ିଶା (୩୮), ପୁଦ୍ଦୁଚେରୀ (୩), ପଞ୍ଜାବ (୭୧), ରାଜସ୍ଥାନ (୭୬୮), ତାମିଲନାଡୁ (୧୧୬୮), ତେଲେଙ୍ଗାନା (୩୨୧), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୩), ଉତ୍ତରପ୍ରଦେଶ (୪୬୨) ଓ ପଶ୍ଚିମବଙ୍ଗ (୧୧୯) ।

By amfnews

Related Post