Fri. Jan 10th, 2025

ଭାରତ ମହାସାଗରରେ ମୁତୟନ ହେଲା ବି-୫୨ ବମ୍ବର ଜେଟ, କାମ ଦେବନି ଚୀନର ଚତୁରପଣ

By amfnews Aug 14, 2020 #Featured
117 Views

ନୂଆଦିଲ୍ଲୀ, ଅଗଷ୍ଟ ୧୪  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ଚୀନ ଉପରେ ପ୍ରଭାବ ପଡ଼ିପାରେ । ଲଦ୍ଦାଖରେ ଚୀନ ଯେଉଁ ଦୁଃସାହାସ କରିଛି, ଏହାର କଡ଼ା ଜବାବ ମିିଳିବ । କାରଣ ହିନ୍ଦ ମହାସାଗରରେ ଆମେରିକାର ସବୁଠାରୁ ଘାତକ ବି-୫୨ ମୁତୟନ ହୋଇଛି । ଏହାକୁ ମୁତୟନ କରାଯିବା ପରେ ଚୀନ ବ୍ୟସ୍ତ ହୋଇପଡ଼ିଛି ।

ଭାରତ ମହାସାଗରରେ ବି-୫୨ ବମ୍ବର ଜେଟକୁ ମୁତୟନ କରିବାର ଅର୍ଥ ଭାରତ ଓ ଆମେରିକା ଏବେ ଚୀନକୁ ବୁଦ୍ଧି ଶିଖାଇବେ । ଆକାଶରେ ଉଡୁଥିବା ଏହି ବ୍ରହ୍ମାସ୍ତ୍ରର ସବୁଠାରୁ ବଡ଼ କଥା ହେଲା ଯେ, ଶତ୍ରୁଙ୍କୁ ମଧ୍ୟ ରାଡାର ଧରିପାରିବ ନାହିଁ । ଅର୍ଥାତ ଯେଉଁଠିକୁ ଆକ୍ରମଣ କରିବାକୁ ସେଠାରେ ଭୟ ସୃଷ୍ଟି କରି ଆସିବ ।

ଲଦ୍ଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ପରେ ଆମେରିକା ନିଜର ସବୁଠାରୁ ଘାତକ ବି୨ ସ୍ପିରିଟ ଷ୍ଟିଲ ବମ୍ବରକୁ ଡିୟାଗୋ ଗାର୍ସିଆ ସେନା କ୍ୟାମ୍ପରେ ମୁତୟନ କରିଥିଲା । ଆମେରିକାର ଏହି ସେନା ଶିବିର ଭାରତ ମହାସାଗର ଠାରୁ ୩ ହଜାର କିଲୋମିଟର ଦୂର ଏକ ବି-୫୨ ବମ୍ବର ନିଜ ସହିତ ୧୬ ପରମାଣୁ ବୋମା ନେଇଯାଇପାରିବ । ଏକ ଉଡାଣରେ ଚୀନକୁ ଟାର୍ଗେଟ କରିପାରିବ । ଏହି ବିମାନ ପାଖାପାଖି ୨୯ ଘଣ୍ଟା ଉଡି ଆମେରିକାର ମିସୋରୀ ଏୟାରବେସରୁ ଡିୟାଗୋ ଗାର୍ସିୟା ପହଂଚିଛି । ଆମେରିକା ବାୟୁସେନା ଏହାକୁ ନେଇ ବୟାନ ଜାରି କରିଛି ।

By amfnews

Related Post