Wed. Apr 23rd, 2025

ଭାରତ ବନ୍ଦ ଯୋଗୁଁ ଓଡ଼ିଶାର ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛି ପାସେଞ୍ଜର୍‌ ଟ୍ରେନ୍‌

By amfnews Jan 8, 2020 #Featured
157 Views

ଭୁବନେଶ୍ୱର: ଟ୍ରେଡ୍‌ ୟୁନିୟନ ଏବଂ ତାଙ୍କୁ ସମର୍ଥନ କରି କେତେକ ରାଜନୈତିକ ଦଳ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ କରୁଥିବା ଯୋଗୁଁ ରେଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ପ୍ରମୁଖ ସହରରେ ରେଳରୋକ ହେବା ଯୋଗୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଅଟକି ରହିଛି। ଭୁବନେଶ୍ବର,କଟକ, ଭଦ୍ରକ,ବାଲେଶ୍ବର,ଯାଜପୁର,ରାଉରକେଲା,ବ୍ରହ୍ମପୁର,ଅନୁଗୁଳରୁ ରେଳରୋକ ହୋଇଥିବା ଖବର ଆସିଛି।  ଏହି କାରଣରୁ ତାଳଚେର, ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ ଏବଂ କେନ୍ଦୁଝରଗଡ଼ରେ ବିଭିନ୍ନ ପାସେଞ୍ଜର୍‌ ଟ୍ରେନ୍‌ ଅଟକି ରହିଛି ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

୬୮୪୦୭ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର୍‌ ଟ୍ରେନ୍‌ ଭଦ୍ରକ ଷ୍ଟେସନ୍‌ରେ ସକାଳ ୬: ୩୦ରୁ ଅଟକିଛି।
୫୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର୍‌ କେନ୍ଦୁଝର ଷ୍ଟେସନ୍‌ରେ ସକାଳ ୬: ୩୦ରୁ ଅଟକିଛି।
୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର୍‌ସିଟି ଭୁବନେଶ୍ୱର ଷ୍ଟେସନ୍‌ରେ ସକାଳ ୬: ୩୦ରୁ ଅଟକିଛି।
୧୨୮୬୩ ହାଓ୍ଵଡ଼ା-ଯଶୋବନ୍ତପୁର ଏକସ୍‌ପ୍ରେସ୍‌ ବ୍ରହ୍ମପୁର ଠାରେ ସକାଳ ୬: ୦୦ଟାରୁ ଅଟକିଛି।
୬୮୪୩୪ ଇଚ୍ଛାପୁର-କଟକ ମେମୁ ବ୍ରହ୍ମପୁରରେ ଅଟକିଛି।
୫୮୧୩୨ ପୁରୀ-ରାଉରକେଲା ପାସେଞ୍ଜର ଭୁବନେଶ୍ୱର ଠାରେ ଅଟକି ରହିଛି।

By amfnews

Related Post