Thu. Dec 26th, 2024

ଭାରତ ବନ୍ଦ: ଉତ୍ତର ପ୍ରଦେଶର ଲଖନଉରେ ୧୪୪ ଧାରା

By amfnews Dec 8, 2020 #Featured
190 Views

ନୂଆଦିଲ୍ଲୀ, ଡିସେମ୍ବର ୦୮ : କୃଷି ଆଇନ ବିରୋଧରେ ଆଜି ଚାଷୀମାନେ ଭାରତ ବନ୍ଦ ପାଳନ କରୁଛନ୍ତି । ପ୍ରାୟ ଅଧିକାଂଶ ବିରୋଧୀ ରାଜନୈତିକ ଦଳ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସୁରକ୍ଷା ନେଇ ପରାମର୍ଶ ଜାରି କରିଛନ୍ତି । ଯେମିତି ଅପ୍ରିତିକର ଘଟଣା ନ ଘଟେ ସେଥିପ୍ରତି ମଧ୍ୟ ନଜର ରଖାଯାଇଛି । 

ଉତ୍ତର ପ୍ରଦେଶରେ କଂଗ୍ରେସ ସମେତ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଭାରତ ବନ୍ଦକୁ ସମର୍ଥନ ଜଣାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷି ସଂଶୋଧନ ଆଇନକୁ କ୍ରାନ୍ତିକାରୀ ଦର୍ଶାଇଥିବା ବେଳେ ବିରୋଧ ପଛରେ ବିରୋଧୀମାନଙ୍କର ହାତ ରହିଛି ବୋଲି କହିଛନ୍ତି । 

ଚାଷୀମାନଙ୍କ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଲଖନଉ (ଗ୍ରାମାଂଚଳ)ରେ ୧୪୪ ଧାରା ଲାଗୁ କରି ଦିଆଯାଇଛି । ଲଖନଉ ସହର ବ୍ୟତୀତ ଗ୍ରାମାଂଚଳରେ ମଧ୍ୟ ଲୋକେ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ୧୪୪ ଧାରା ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶ ଆଦେଶ ଜାରି କରିଛନ୍ତି ।  

By amfnews

Related Post