Fri. Jan 24th, 2025

ଭାରତ-ପାକିସ୍ତାନ କୂଟନୈତିକ ବିବାଦର ହେବ ବିରାମ, ଇମରାନ ସରକାରଙ୍କ ସଙ୍କେତ

By amfnews Sep 4, 2018 #Featured
330 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪  :

ଗତ ୯ମାସ ହେବ ଭାରତର କୂଟନୀତିଜ୍ଞମାନେ ଇସଲାମବାଦ କ୍ଲବର ସଦସ୍ୟତା ପାଇବା ପାଇଁ ପାକିସ୍ତାନ ଗୃହ ମନ୍ତ୍ରାଳୟ ମଞ୍ଜୁରୀ ଦେଉ ନଥିଲା । କିନ୍ତୁ ଏବେ ପାକିସ୍ତାନରେ ନୂତନ ସରକାର ଗଠନ ହେବା ପରେ ପାକିସ୍ତାନ ସରକାର ସେମାନଙ୍କୁ ମଞ୍ଜୁରୀ ଦେବା ପାଇଁ ବିଚାର କରୁଥିବାର ସୂଚନା ମିଳିଛି । ଯଦି ମଞ୍ଜୁରୀ ମିଳି ଯାଏ ତେବେ ଦୁଇ ଦେଶ ମଧ୍ୟରେ ଅଧିକାରୀକ ବାର୍ତାଳାପ ସମ୍ପର୍କରେ ଆତ୍ମବିଶ୍ୱାସ ଆସିବ ବୋଲି କୁହାଯାଉଛି ।

ଇମରାନ ଖାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବାର୍ତାଳାପ ହେବା ପରେ ଏହାର ସୂଚନା ମିଳିଥିଲା । ପାକିସ୍ତାନର ରାଜଧାନୀରେ ଥିବା ଇସଲାମବାଦ କ୍ଲବ ସମସ୍ତ ବିଦେଶୀ କୂଟନୈତିଜ୍ଞଙ୍କ ପାଇଁ ଏକ ପସନ୍ଦୀତା ବୈଠକ ସ୍ଥଳ । ଭାରତ ସରକାର ସର୍ବଦା ପାକିସ୍ତାନ ସରକାରଙ୍କ ପାଖରେ କୂଟନୀତିଜ୍ଞ କ୍ଲବର ସଦସ୍ୟତା ଦେବା କଥା ଉଠାଇ ଆସିଛନ୍ତି ।

ପାକିସ୍ତାନ ସରକାରଙ୍କ କହିବାନୁଯାୟୀ, ଭାରତୀୟ କୂଟନୈତିକ ସଦସ୍ୟତାକୁ ବ୍ଲକ କରିବାର କାରଣ ହେଉଛି ଭାରତ ଦିଲ୍ଲୀ ଗୋଲ୍ଫ କ୍ଲବ ଏବଂ ଜିମ ଖାନରେ ସେମାନଙ୍କ କୂଟନୀତିଜ୍ଞଙ୍କୁ ସମାନ ସୁବିଧା ଦିଆଯାଉ ନାହିଁ । କିନ୍ତୁ ଭାରତ ଏନେଇ କହିଛି କି, ଏହି ଦୁଇଟି ବ୍ୟକ୍ତିଗତ କ୍ଲବ ଯାହା ସହ ସରକାରଙ୍କର କୌଣସି ନେବା ଦେବା ନାହିଁ । ତେବେ ଏନେଇ ଦୁଇ ଦେଶ ବହୁତ ଶୀଘ୍ର ନିଜ ସମ୍ପର୍କ ସୁଦ୍ଧାରି ନେବେ ବୋଲି ସୂଚନା ମିଳିଛି । ଏହି ବର୍ଷ ଦୁଇ ଦେଶ ୧୯୯୨କୋଡ ଅଫ କଣ୍ଡକ୍ଟର ରିଭାଇଭ କରିଥିଲେ । କୂଟନୈତିକ ମାମଲାକୁ ସୁଧାରିବା ପାକିସ୍ତାନ ସରକାରଙ୍କ ପାଇଁ ଦ୍ୱୀପାକ୍ଷିକ ସମ୍ବନ୍ଧର ପ୍ରଥମ ଚ୍ୟାଲେଞ୍ଜ୍ ହେବ ବୋଲି ଚର୍ଚ୍ଚା ହେଉଛି ।

By amfnews

Related Post