Thu. Jan 23rd, 2025

ଭାରତ-ଚୀନ ମଧ୍ୟରେ ୯ମ ପର୍ଯ୍ୟାୟ ସୈନ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି

By amfnews Jan 24, 2021 #Featured
242 Views

ନୂଆଦିଲ୍ଲୀ, ଜାନୁଆରୀ ୨୪ : ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦ୍ଦାଖରେ ଜାରି ଥିବା ଉତ୍ତେଜନାକୁ ନେଇ ୯ମ ପର୍ଯ୍ୟାୟର କୋର କମାଣ୍ଡର ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ସକାଳ ୯ଟାରୁ ଚୁଶୁଲର ମୋଲଡୋରେ ଆରମ୍ଭ ହେବ । ଏହି ବୈଠକର ଲକ୍ଷ୍ୟ ଉଭୟ ଦେଶ ମଧ୍ୟରେ ଜାରି ଥିବା ସଂଘର୍ଷକୁ ପୂର୍ଣ୍ଣଚ୍ଛେଦ ପକାଇ ସମାଧାନ ପାଇଁ ରାସ୍ତା ବାହାର କରିବା । 

ବିଗତ ୮ ମାସ ଧରି ଲଦ୍ଦାଖରେ ଉଭୟ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଛି । କୁଟନୈତିକ ଓ ସୈନ୍ୟ ସ୍ତରରେ ଆଲୋଚନା ହୋଇଥିଲେ ବି ଏଯାଏଁ କୌଣସି ସମାଧାନର ରାସ୍ତା ବାହାରିପାରି ନାହିଁ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଶୁକ୍ରବାର କହିଥିଲେ ଯେ, ଉଭୟ ପକ୍ଷ ଖୁବ ଶୀଘ୍ର ବରିଷ୍ଠ କମାଣ୍ଡର ସ୍ତରର ବୈଠକର ଆଗାମୀ ପର୍ଯ୍ୟାୟରେ ଆଲୋଚନା ହେବ । ଏଥିଲାଗି କୁଟନୈତିକ ଓ ସୈନ୍ୟ ମାଧ୍ୟମ ଦ୍ୱାରା ସମାସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରାଯାଉଛି । 

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ନଭେମ୍ବର ୬ ତାରିଖରେ ୮ମ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା । ଏଥିରେ ଉଭୟ ପକ୍ଷର ସୈନ୍ୟ ଓ କୁଟନୈତିକ ସଂପର୍କ ରଖି ଅନ୍ୟ ସମସ୍ୟାର ସମାଧାନ କରିବା ଓ ସୀମାବର୍ତ୍ତୀ ଅଂଚଳରେ ଶାନ୍ତି ପ୍ରତିଷ୍ଠ ଜାରି ରଖିବା ଲାଗି ସହମତି ହୋଇଥିଲା । ଏହା ପରେ ବୟାନରେ କୁହାଯାଇଥିଲା ଯେ, ଉଭୟ ଦେଶର ନେତାଙ୍କ ମଧ୍ୟରେ ଯେଉଁ ସହମତି ହୋଇଛି, ଏହାକୁ ସମ୍ମାନର ସହିତ ଲାଗୁ କରାଯାଇଛି, ଯେଉଁଥିରେ କି ସୈନ୍ୟମାନଙ୍କୁ ସଂଯମତା ରକ୍ଷା କରିବାକୁ ହେବ । 

By amfnews

Related Post