Fri. Mar 6th, 2026

ଭାରତ-ଚୀନ ବିବାଦ ମଧ୍ୟରେ ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

233 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୨  : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଶାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ରଷିଆ ଗସ୍ତରେ ଯିବେ । ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା ହେବ । ତେବେ ଭାରତ-ଚୀନ ବିବାଦ ମଧ୍ୟରେ ବସିବାକୁ ଯାଉଥିବା ଏଥରର ଏସସିଓ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏସସିଓ ବୈଠକରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗ ମଧ୍ୟ ସାମିଲ ହେବେ ।

ଦୁଇ ଦେଶ ମଧ୍ୟରେ ଏଲଏସିରେ ଉପୁଜିଥିବା ବିବାଦ ତିନି ମାସରୁ ଅଧିକ ସମୟ ଧରି ଜାରି ରହିଥିବା ବେଳେ ଏଭଳି ସ୍ଥିତିରେ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଏହି ଏସସିଓ ବୈଠକ ସମ୍ପର୍କରେ ଭାରତୀୟ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜନାଥ ସିଂ ଏବଂ ୱେଇଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବା ନେଇ କୌଣସି ଯୋଜନା ହୋଇ ନାହିଁ । ତେବେ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ପାରସ୍ପରିକ ବିବାଦର ସମାଧାନ ପାଇଁ ଋଷ ଦୁଇ ଦେଶ ମଧ୍ୟରେ ଆଲୋଚନା କରାଇବାକୁ ଚେଷ୍ଟା କରୁଛି ।

ଚୀନ୍‌ର ଚାଲବାଜିକୁ ଆଖି ଆଗରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଋଷର ପ୍ରତିପକ୍ଷ ସର୍ଗେଇ ଶୋଏଗୁ ଏବଂ ଅନ୍ୟାନ୍ୟ ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ଆଲୋଚନା କରି ବ୍ୟକ୍ତିଗତ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ।

କୋରାନା ଭାଇରସ ମହାମାରୀ ସମୟରେ ଜୁନ୍ ପରେ ଏହା ହେଉଛି ରାଜନାଥ ସିଂଙ୍କ ଦ୍ୱିତୀୟ ମସ୍କୋ ଗସ୍ତ। ଶେଷ ଥର ପାଇଁ ସେ 24 ଜୁନରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବାକୁ ଋଷ ଗସ୍ତରେ ଆସିଥିଲେ | କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ 5 ସେପ୍ଟେମ୍ବରରେ ଭାରତ ଫେରିବେ । ଏହା ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ 10 ସେପ୍ଟେମ୍ବରରେ ଋଷ ଗସ୍ତରେ ଯିବେ, ଯେଉଁଠାରେ ସେ ଋଷର ନିମନ୍ତ୍ରଣ କ୍ରମେ ଏସସିଓ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ ।

By amfnews

Related Post