Tue. Jun 10th, 2025

ଭାରତ ଗୋଟାଏ ଦେଶ, ପାନ୍ଥଶାଳା ନୁହେଁ; ଅନୁପ୍ରବେଶକାରୀଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ: ଜେପି ନଡ୍ଡା

By amfnews Oct 5, 2019 #Featured
118 Views

ବୋକାରୋ  : ପ୍ରକାରାନ୍ତରେ ‘ନେସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ୍‌’ର ଉପଲକ୍ଷ୍ୟ ଦେଇ ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଦେଶରେ ଅନୁପ୍ରବେଶକାରୀଙ୍କୁ ରଖାଇ ଦିଆଯିବନାହିଁ।

ସେ କହିଲେ: ଆଗାମୀ ଦିନମାନଙ୍କରେ ଆମେ ଏ ଭଳି ବ୍ୟବସ୍ଥା କରିବୁ ଯେ ଆମ ଦେଶରେ କୌଣସି ଅନୁପ୍ରବେଶକାରୀ ରହି ପାରିବେ ନାହିଁ। ଅନୁପ୍ରବେଶକାରୀମାନେ ବାହାରି ଯିବେ, କିନ୍ତୁ ଦେଶ ବାହାରେ ନିର୍ଯାତିତ ହିନ୍ଦୁ, ଜୈନ, ଶିଖ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ଭାରତରେ ଆଶ୍ରୟ ଦିଆଯିବ। ଏଇଟା ଗୋଟାଏ ଦେଶ, ପାନ୍ଥଶାଳା ନୁହେଁ।

ଶୁକ୍ରବାର ଦିନ ଝାଡ଼ଖଣ୍ଡର ବୋକାରୋରେ ବିଜୟ ସଙ୍କଳ୍ପ ଯାତ୍ରାରେ ଉଦ୍‌ବୋଧନ ଦେଇ ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଭଳି ମନ୍ତବ୍ୟ ଦେଇଛନ୍ତି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ରାଜ୍ୟ ବିଜେପି ନେତାମାନେ ମଧ୍ୟ ଏହି ଅନୁଷ୍ଠାନରେ ଉପସ୍ଥିତ ଥିଲେ।

ଭାଷଣରେ ନଡ୍ଡା ଧାରା ୩୭୦ ଉଚ୍ଛେଦ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୁଷ୍ଟନ୍‌ ଗସ୍ତ ଏବଂ ଦୁର୍ନୀତି ବିରୋଧରେ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମଧ୍ୟ ସେ କହିଥିଲେ।

By amfnews

Related Post