Sat. Mar 7th, 2026

ଭାରତ ଗସ୍ତ ବାତିଲ କରି ପାରନ୍ତି ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

279 Views

ଟୋକିଓ: ରବିବାର ଦିନ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ଭାରତ ଗସ୍ତକୁ ବାତିଲ କରିବାକୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ବିଚାର କରୁଥିବା କଥା ଜାପାନୀ ଗଣମାଧ୍ୟମ ଜିଜି ପ୍ରେସ୍‌ କହିଛି।

ଗୌହାଟିକୁ ଆବେ ଓ ମୋଦୀଙ୍କ ଶିଖର ବୈଠକସ୍ଥଳ ଭାବେ ସ୍ଥିର କରାଯାଇଥିଲା, କିନ୍ତୁ ନାଗରିକତା ସଂଶୋଧନ ବିଧେୟକ ଘଟଣାକୁ କେନ୍ଦ୍ର କରି ସେଠାରେ ପ୍ରତିବାଦ ଉଗ୍ର ରୂପ ଧାରଣ କରିଛି। ଏହି ଶିଖର ବୈଠକ ଦୁଇ ନେତାଙ୍କ ମଧ୍ୟରେ ୧୬ତମ ବୈଠକ ହୋଇଥାଆନ୍ତା।

ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା ଯେ ଡିସେମ୍ବର ୧୫-୧୭ ମଧ୍ୟରେ ଗୌହାଟି ଠାରେ ହେବାକୁ ଥିବା ଭାରତ-ଜାପାନ ବାର୍ଷିକ ଶିଖର ବୈଠକ ଲାଗି ସରକାର ଅଗ୍ରସର ହେବେ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଗଣମାଧ୍ୟମକୁ କହିଛନ୍ତି: ଆପଣମାନଙ୍କୁ ଜଣାଇବାକୁ ଆମ ନିକଟରେ କୌଣସି ସଦ୍ୟ ସୂଚନା ନାହିଁ। ଅନ୍ୟାନ୍ୟ ଜାପାନୀ ଗଣମାଧ୍ୟଗୁଡ଼ିକର ରିପୋର୍ଟ ଅନୁସାରେ, ଆବେ ଭାରତ ଗସ୍ତ ବାତିଲ କରିଛନ୍ତି ଏବଂ ଏ ବିଷୟରେ ଶୁକ୍ରବାର ଦିନ ଆନୁଷ୍ଠାନିକ ଘୋଷଣା କରାଯିବ।

By amfnews

Related Post