197 Views
ମୁମ୍ବାଇ,ଅକ୍ଟୋବର,୨୩ : ବଲିଉଡ୍ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ନଭେମ୍ବର ୧୯ରେ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଏବେ ଦୀପିକାଙ୍କର ତାଙ୍କ ଭାବି ନଣଦଙ୍କ ସହ ଜମା ବି ପଡ଼ୁନଥିବା ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରେ ଅନେକ ବର୍ଷ ପୂର୍ବରୁ ଶତ୍ରୁତା ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ତାହା ଜାରି ରହିଛି । ଦୁହିଁଙ୍କ ମଧ୍ୟରେ ଥିବା ଶତ୍ରୁତା ୧୧ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ ଭାବି ନଣନ୍ଦ ଆଉ କେହି ନୁହନ୍ତି ବରଂ ଅଭିନେତ୍ରୀ ସୋନମ କପୁର ।