Tue. Dec 24th, 2024

ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଅଟଳଜୀଙ୍କ ଚିତାଭସ୍ମ ବିସର୍ଜନ

rklsanchar@gmail.com' By J.N. Pradhan Aug 29, 2018 #Featured
218 Views

ରାଉରକେଲା, ୨୯ା୮ (): ଜିଲା ବିଜେପି କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଅସ୍ତିକଳସ ୩ ଦିନ ଜନସାଧାରଣଙ୍କ ଦର୍ଶନ ପାଇଁ ରହିବା ପରେ ଆଜି ବେଦବ୍ୟାସର ତ୍ରିବେଣୀ ସଙ୍ଗମରେ ବିସର୍ଜନ କରାଯାଇଛି । ଆଜି ସକାଳ ୧୧ଟାରେ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ତତ୍ତ୍ୱାବଧାନରେ ବାଜପେୟୀଙ୍କ ପୂର୍ଣ୍ଣ ତୈଳଚିତ୍ର ଥିବା ଏକ ସୁସଜ୍ଜିତ ଗାଡିରେ ଏହି ଅସ୍ତି କଳସକୁ ସ୍ଥାପନ କରାଯାଇଥିଲା । ସେଠାରୁ ରାମଧୂନ ଓ ସଂକୀର୍ତ୍ତନ ସହ ଏହି ଅସ୍ତି କଳସକୁ ମର୍ଯ୍ୟାଦାର ସହ ବିଶ୍ରା ଛକ ପର୍ଯ୍ୟନ୍ତ ଅଣାଯାଇଥିଲା ।

ସୂଚନା ଅନୁଯାୟୀ ବିଶ୍ରା ଛକଠାରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କ ଏକ ବିରାଟ ସମାବେଶରେ ଅଟଳ ବିହାରୀ ବାଜପେୟୀ ଅମର ରହେ ଧ୍ୱନୀରେ ଗଗନପବନ ମୁଖରିତ ହୋଇଥିଲା । ଧିରେ ଧିରେ ଏକ ବିରାଟ ପଟୁଆର ଅସ୍ତିକଳସ ସାଥିରେ ବିଶ୍ରା ଛକରୁ ବାହାରି ସହରର ମୁଖ୍ୟମାର୍ଗ ଦେଇ ରାମଧୂନ ଓ ସଂକୀର୍ତ୍ତନ ସହ ବେଦବ୍ୟାସ ଘାଟରେ ପହଞ୍ôଚଥିଲା । ପଟୁଆର ଯିବା ବେଳେ ବିଭିନ୍ନ ଛକ, ମଧୁସୂଦନ ମାର୍ଗ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ, ଡେରି ମାର୍କେଟ, ମାଲଗୋଦାମ ଛକ, ପାୱାର ହାଉସ୍ ରୋଡ ଛକ, ଉଦିତନଗର ଆମ୍ବେଦକର ଛକ, ଏସ୍ଟିଆଇ ଛକ, ମେ’ ଫେୟାର ଛକ, ଆଇଟିଆଇ ଛକ, ପାନପୋଷ ଛକ, ବେଦବ୍ୟାସ ଛକ ଓ ବେଦବ୍ୟାସ ଗୁରୁକୁଳ ଆସ୍ରମ ଆଦି ସ୍ଥାନରେ ଦୁଇ ପାଶ୍ୱର୍ରେ ଅପେକ୍ଷାରତ ହଜାର ହଜାର ଜନସାଧାରଣ ସେମାନଙ୍କ ପ୍ରିୟ ନେତାଙ୍କ ଅନ୍ତିମ ଯାତ୍ରାର ଦର୍ଶନ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶୋକକୁଳ ପରିବେଶରେ ଏହି ପଟୁଆର ବେଦବ୍ୟାସ ଘାଟରେ ପହଞ୍ôଚଥିଲା । ଜିଲା ସଭାପତି ଶ୍ରୀ ବେହେରା ଆଦର ସମ୍ମାନର ସହ ଏହି ଅସ୍ତିଭସ୍ମ କଳସକୁ ବେଦବ୍ୟାସ ଘାଟରେ ବିସର୍ଜନ କରିବା ବେଳେ ଅଟଳଜୀ ଅମର ରହେ ଓ ହରିବୋଲ ଧ୍ୱନୀରେ ଘାଟ ପ୍ରକମ୍ପିତ ହୋଇଉଠିଥିଲା । ସାଧାରଣ ଜନତାଙ୍କ ସହ ବିଜେପିର ରାଜ୍ୟସ୍ତରୀୟ, ଜିଲା ସ୍ତରୀୟ, ମଣ୍ଡଳ ସ୍ତରୀୟ ନେତୃତ୍ୱ ଓ ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ତଥା ବିଭିନ୍ନ ବୁଥ୍ ସ୍ତରୀୟ କର୍ମୀମାନେ ଉତ୍ସହର ସହ ଏହି ଅସ୍ତି କଳସ ଯାତ୍ରାକୁ ସଫଳ କରିଥିଲେ ।

Related Post