Tue. Jun 10th, 2025

ଭାଜପା ନେତାଙ୍କ ଅଭିଯୋଗ : ଅମୂଲ କଂପାନିର ଅର୍ଥରେ ବର୍ଗିଜ୍‌ କୁରିଅନ୍‌ ଧର୍ମାନ୍ତରଣ କରାଉଥିଲେ

By amfnews Nov 25, 2018 #Featured
157 Views

ଗୁଜୁରାଟର ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଦିଲୀପ ସଂଘାନୀ ଅଭିଯୋଗ ଆଣିଛନ୍ତି ଯେ ଭାରତରେ ଦୁଗ୍ଧ କ୍ରାନ୍ତିର ଜନକ ବର୍ଗିଜ୍‌ କୁରିୟନ୍‌ ଖ୍ରୀଷ୍ଟିଆନ୍‌ ମିସନାରୀକୁ ଚାନ୍ଦା ଦେଉଥିଲେ ଓ ସେହି ଅର୍ଥରେ ମିଶନାରି ଧର୍ମାନ୍ତରଣ କରାଉଥିଲେ। ଦିଲୀପ ସଂଘାନୀ କହିଛନ୍ତି ଯେ ଅମୂଲର ଶୁଭାରମ୍ଭ ତ୍ରିଭୁବନ ଦାସ ପଟେଲଙ୍କ ଦ୍ୱାରା ହୋଇଥିଲା। କିନ୍ତୁ ଦେଶରେ କେହି ମଧ୍ୟ ତ୍ରିଭୁବନ ଦାସଙ୍କୁ ଜାଣନ୍ତି ନାହିଁ ବୋଲି କହିିଛନ୍ତି।

ଭାଜପା ନେତା ସଂଘାନୀ କହିଛନ୍ତି ଯେତେବେଳେ କୁରିୟନ୍‌ ଅମୂଲର ଦାୟିତ୍ୱରେ ରହିଲେ,ସେତେବେଳ ଖ୍ରୀଷ୍ଟିଆନ୍‌ ମିଶନାରିଙ୍କୁ ଚାନ୍ଦା ଦେଇଥିଲେ ଅମୂଲର ରେକର୍ଡରୁ ଏହା ଜଣାପଡ଼ିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ଯେତେବେଳେ ସେ ମନ୍ତ୍ରୀ ଥିଲେ,ସେତେବେଳେ ଏହି ପ୍ରସଙ୍ଗରେ ଯାଞ୍ଚ କରାଇଥିଲେ,କିନ୍ତୁ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ହେତୁ ସେ ସବୁ ଜାଣିବାପରେ ବି ଚୁପ ରହିଥିଲେ। ସେ ଏହି ପ୍ରସଙ୍ଗକୁ ସାର୍ବଜନୀନ କରି ନଥିଲେ।

ଦିଲୀପ ସଂଘାନି ଅମର ଡେଆରିର ଫାଉଣ୍ଡର ଚେୟାରମ୍ୟାନ୍‌ ଅଛନ୍ତି। ଏହା ଅମରେଲି ଜିଲ୍ଲା କୋଅପରେଟିଭ ମିଲ୍‌କ ପ୍ରଡ୍ୟୁସର୍ସ ୟୁନିଅନ୍‌ ଲିମିଟେଡ୍‌ ଦ୍ୱାରା ସଞ୍ଚାଳିତ।

By amfnews

Related Post