Sun. Mar 8th, 2026

ଭବାନୀପାଟଣା: କୋରିୟର ବୟଙ୍କୁ ହତ୍ୟା

181 Views

ଭବାନୀପାଟଣା, ଜାନୁଆରୀ ୧୧ : କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟାଣାର ହିିଲ ଟାଉନ୍‌ର ୭ ନମ୍ବର ଲେନ୍‌ରେ କୋରିୟର ବୟ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ନିର୍ମମ ଭାେବେ ହତ୍ୟା କରାଯାଇଛି। ଭୁଜାଲିରେ ତାଙ୍କ ମୁଣ୍ଡକୁୁ ହାଣି ହତ୍ୟା କରାଯାଇଥିିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଅର୍କାବାହାଲିପଡ଼ାର ଅଜୟ ସୁନାନୀ( ୨୨ ବର୍ଷ୍ୟ ଫି୍ଲପ୍‌ କାର୍ଟ କମ୍ପାନିର କୋରିୟର ବୟ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସେ ଏକ ପାର୍ସଲ ଦେବା ପାଇଁ ହିଲଟାଉନ୍‌ର ୭ ନମ୍ବର ଲେନ୍‌କୁ ଯାଇଥିଲେ ।

ମାତ୍ର ଆଉ ଘରକୁ ଫେରି ନ ଥିଲେ। ପରିବାର ଲେକେ ଅଜୟଙ୍କର କୌଣସି ଖୋଜ ଖବର ନ ପାଇ ଟାଉନ୍‌ ଥାନାରେ ରାତି ସାଢ଼େ ୭ଟା ବେଳେ ତାଙ୍କ ନିଖୋଜ ସମ୍ପର୍କରେ ଜଣାଇଥିଲେ। ତେବେ ଆଜି ସକାଳୁ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ହିଲଟାଉନ୍‌ରୁ ମିଳିଛି। ମୃତଦେହର ଅଳ୍ପ ଦୂରରେ ତାଙ୍କ ଓ ଆର ୦୮ ଡି ୦୬୮୦ ନମ୍ବର ବିଶିଷ୍ଟ ବାଇକ୍‌ଟି ମଧ୍ୟ ପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post