150 Views
ଭୁବନେଶ୍ୱର, ଅଗଷ୍ଟ ୨୨ : ଭଦ୍ରକ ବିଜେଡ଼ି ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା । କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ କରୋନା ଲକ୍ଷଣ ଦେଖାଯିବା ପରେ ସେ ତାଙ୍କର ପରୀକ୍ଷା କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ସ୍ୱାସ୍ଥ୍ୟ ଭଲ ଓ ସ୍ଥିର ଅଛି । ସେ ବର୍ତ୍ତମାନ ହୋମ୍ ଆଇସୋଲେସନରେ ଅଛନ୍ତି । ଏଥି ସହିତ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଆଇସୋଲେସନରେ ରହିବା ସହ ପରୀକ୍ଷା କରାଇ ନେବାକୁ ସାଂସଦ ମଞ୍ଜୁଲତା ମଣ୍ଡଳ ଅନୁରୋଧ କରିଛନ୍ତି ।