171 Views
ଭୁବନେଶ୍ୱର, ଏପ୍ରିଲ 15 : ଭଦ୍ରକ ଜିଲ୍ଲା ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ । ଆସନ୍ତା 17 ତାରିଖ ଯାଏଁ ପାଇଁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଓ ମନ୍ଦିର ବନ୍ଦ କଲା ପ୍ରଶାସନ । ଏନେଇ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି ।
ବାବା ଆଖଣ୍ଡଳମଣିଙ୍କ ମନ୍ଦିରରରେ ବାବାଙ୍କ ନୀତିକାନ୍ତି ଯେପରି ଭାବେ ଜାରି ରହିବ ସେଥିପାଇଁ ଆବଶ୍ୟକ ଅନୁଯାୟୀ ପାଳିଆ ସେବାୟତ ଓ ନିଯୋଗୀମାନେ ମନ୍ଦିରକୁ ଯିବେ । ନୀତିକାନ୍ତି ପାଇଁ କେବଳ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି । ଏହା ବ୍ୟତିତ ଅନ୍ୟ ସେବାୟତ ଯିବା ମନା । ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରକୁ ସାନିଟାଇଜ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଦିନ 12ଟାରୁ ଭକ୍ତଙ୍କ ଦର୍ଶନ ଆସନ୍ତା 17 ତାରିଖ ସନ୍ଧ୍ୟା 6ଟା ଯାଏଁ ବନ୍ଦ ହେବ । ଏଥିସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।