Sat. Mar 7th, 2026

ଭଦ୍ରକ ପାଇଁ ସତ୍ୟପ୍ରକାଶ ପିସିସି ପର୍ଯ୍ୟବେକ୍ଷକ

161 Views

ଭୁବନେଶ୍ବର, ଅକ୍ଟୋବର ୨୫ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କୁ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ପିସିସି ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଆଜି ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତିି। ନିଯୁକ୍ତି ପାଇବା ପରେ ଶ୍ରୀ ନାୟକ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନରେ ଦଳ ଯେପରି ଉଲ୍ଲେଖନୀୟ ପ୍ରଦର୍ଶନ କରିବ ସେ ଦିଗରେ ଆବଶ୍ୟକ ପ୍ରସ୍ତାବ ପିସିସି ନିକଟରେ ଉପସ୍ଥାପନ କରିବାକୁ କୁହାଯାଇଛି।

By amfnews

Related Post