223 Views
ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଲାଣି ଗ୍ରୀଷ୍ମ ପ୍ରବାହ । ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଏହାସହ ତାତି ବଢ଼ୁଥିବାରୁ ଅପରାହ୍ନ ୪ଟାରୁ ରାତି ୯ଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହୁଥିବାର ମଧ୍ୟ ସୂଚନା ରହିଛି । ରାଜ୍ୟରେ ଗତକାଲି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ପାଣିପାଗ ବିଭାଗ ସୂଚନା ଦେଇଛି କି ଯେ ପର୍ଯ୍ୟନ୍ତ ସାଇକ୍ଲୋନ ସର୍କୁଲେସନ୍ ବା ଟ୍ରପ୍ ଲାଇନ୍ ପଡିବନି, ସେ ପର୍ଯ୍ୟନ୍ତ ତାପମାତ୍ରା କମିବାର ଆଶା ନାହିଁ ।