Fri. Mar 6th, 2026

ବଡ଼ ଭାଇଙ୍କ ପରେ ଗଡ଼ିଲା ଭଉଣୀ ହଦଳୀମୁହିଁଙ୍କ ଦେବଦଳନ ରଥ

195 Views

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଗଡିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶୃଙ୍ଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିବା ବେଳେ ପଛେ ପଛେ ଗଡିଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ।

ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ବର୍ଷା ହୋଇନଥିଲେ ମଧ୍ୟ ପାଣି ସିଂଚନ ଜାରି ରହିଛି ।

ତେବେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ତାଳଧ୍ୱଜ ଓ ଦେବଦଳନ ରଥ । ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଧୀରେଧୀରେ ଗଡ଼ିବାରେ ଲାଗିଛି ଦୁଇ ରଥ । କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଫଳରେ ଭକ୍ତଶୂନ୍ୟ ଶରଧାବାଲିରେ ଦୁଇ ରଥକୁ ବିନା ଭକ୍ତରେ ସେବାୟତ ମାନେ ଟାଣି ନେଇଉନ୍ତି ନୀଳକନ୍ଦର ଅଭିମୁଖେ ।

By amfnews

Related Post