Sat. Mar 7th, 2026

ବ୍ୟାରିକେଡ୍‌ ପଡ଼ି ହବିଷ୍ୟାଳି ଗୁରୁତର

284 Views

ପୁରୀ, ନଭେମ୍ବର ୧୪: ଶ୍ରୀମନ୍ଦିରରେ ବ୍ୟାରିକେଡ୍‌ ଭାଙ୍ଗି ଯିବାରୁ ଜଣେ ହବିଷ୍ୟାଳି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବିଳାସିନୀ ବେହେରା। ତାଙ୍କ ଘର ମାର୍କଣ୍ଡପୁର ବାଲିତୁଠ ଅଞ୍ଚଳରେ।

ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବାରୁ  ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନରେନ୍ଦ୍ରକୋଣ ଅଞ୍ଚଳରେ ରହି କାର୍ତ୍ତିକ ବ୍ରତ କରୁଥିଲେ। ଆଜି ମଙ୍ଗଳ ଆଳତୀ ସମୟରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଫଳରେ ବିଳାସିନୀ ପଡ଼ି ଯାଇଥିଲେ।

ଅାହତଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବ ବୋଲି ରେଡ୍ କ୍ରସ୍ ପକ୍ଷରୁ କୁହାଯାଇଛି। ଏଥିସହ ଭବିଷ୍ୟତରେ ଯେଭଳି ଏଭଳି ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଅାଯିବବୋଲି  ଜିଲ୍ଲାପାଳ କହିଛନ୍ତି।

ଆହତ ହବିଷ୍ୟାଳିଙ୍କ ସମ୍ପର୍କୀୟ କହିଛନ୍ତି,“ଜୟ ବିଜୟ ଦ୍ୱାରରେ ଆମେ ଥିଲୁ। ଗେଟ୍‌ ଖୋଲାଯିବା ପରେ  ପ୍ରବଳ ଲୋକ ଆସି ପଛପଟୁ ଠେଲି ଦେଇଥିଲେ। ଫଳରେ ବାରିକେଟ୍‌ର ଲୁହା ରଡ୍‌ ଗୋଡ଼ ଉପରେ ପଡ଼ିଯାଇଥିଲା। ଏହାପରେ ଲୋକ ତା ଉପରେ ଚଢ଼ି ଯିବାରୁ ଗୋଡ଼ ଭାଙ୍ଗିଯାଇଛି।”

By amfnews

Related Post