Tue. Dec 24th, 2024

ବ୍ୟାପକ ଭାବେ ନିଜର ସ୍ପୁଟନିକ-୫ ଟିକା ଉତ୍ପାଦନ ଲାଗି ଭାରତକୁ ବିକଳ୍ପ କରିବ ରୁଷିଆ!

By amfnews Aug 21, 2020 #Featured
112 Views

ନୂଆଦିଲ୍ଲୀ, ଅଗଷ୍ଟ ୨୧ (ଖବର ଓଡ଼ିଶା): କୋଭିଡ-୧୯ ଟିକାକୁ ମଂଜୁରୀ ଦେଇଥିବା ବିଶ୍ୱର ପ୍ରଥମ ଦେଶ ରୁଷିଆ ଭାରତ ସହିତ ଭାଗିଦାର ହେବାକୁ ନେଇ ଚିନ୍ତା କରୁଛି । ରୁଷିଆ ବିଶ୍ୱାସ କରୁଛି ଯେ, ଭାରତରେ ‘ସ୍ପୁଟନିକ-୫’କୁ ବ୍ୟାପକ ଭାବରେ ଉତ୍ପାଦନ କରାଯାଇପାରିବ । ‘ରୁଷ ପ୍ରତ୍ୟକ୍ଷ ନିବେଶ କୋଷ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କିରୀଲ ଦମିତ୍ରିଏଭ ଗୁରୁବାର କହିଛନ୍ତି, ରୁଷିଆ କୋଭିଡ-୧୯ର ଟିକା ସ୍ପୁଟନିକ-୫ ଉତ୍ପାଦନ କରିବା ଲାଗି ଭାରତ ସହିତ ଭାଗିଦାରୀ ହେବାକୁ ନେଇ ଚିନ୍ତା କରୁଛି ।

ସେ କହିଛନ୍ତି ଭାରତ ପାଖରେ ଉତ୍ପାଦନ କରିପାରିବାର କ୍ଷମତା ରହିଛି । ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଘୋଷଣା କରିଥିଲେ ଯେ, ତାଙ୍କର ଦେଶ ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ପ୍ରସ୍ତୁତ କରିଛି । ଏହା ଭଲ କାମ କରିବ ବୋଲି ପୁଟିନ କହିଥିଲେ । ସ୍ପୁଟନିକ-୫କୁ ଗାମାଲେୟା ମହାମାରୀ ରୋଗ ଏବଂ ସୁକ୍ଷ୍ମଜୀବ ବିଜ୍ଞାନ ଗବେଷଣା ସଂସ୍ଥାନ ଓ ଆରଡିଆଇଏଫ ଯୁଗ୍ମ ଭାବରେ ପ୍ରସ୍ତୁତ କରିଛନ୍ତି । ଏହାର ତୃତୀୟ ପରୀକ୍ଷା ହୋଇନାହିଁ ।

ଏକ ଅନଲାଇନ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦାମିତ୍ରିଏଭ କହିଛନ୍ତି, ଲାଟିନ ଆମେରିକା, ଏସିଆ ଏବଂ ପଶ୍ଚିମ ଏସିଆର ଅନେକ ଦେଶ ଟିକା ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଟିକା ଉତ୍ପାଦନ ବଡ଼ ଗୁୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ ବର୍ତ୍ତମାନ ପରୀପ୍ରେକ୍ଷିରେ ଭାରତ ସହିତ ଭାଗିଦାରୀ ହେବା ନେଇ ଚିନ୍ତା କରାଯାଉଛି ।

By amfnews

Related Post